କଟକ: କଟକ ଚୌଧୁରୀବଜାରରେ ଧସିଲା ରାସ୍ତା। ୫ଫୁଟରୁ ଊର୍ଦ୍ଧ୍ବ ଖାଲ ହୋଇଗଲା ରାସ୍ତା । ଅଳ୍ପେକେ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ । ତେବେ ଜାଇକା ଯୋଗୁ ଏଇ ଅବସ୍ଥା ହୋଇଥିବା କହିଛନ୍ତି ଲୋକେ । ତେବେ ଘଟଣା ଘଟିବା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ମେୟର ସୁବାଷ ସିଂ। ମାଟି ଧସିଥିବା ସ୍ଥାନକୁ ମାର୍କ କରିବା ସହ ସେହି ରାସ୍ତାରେ ଯାତାୟାତ ବନ୍ଦ ରହିଛି । ତେବେ ଏହି ଦିଗରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ମେୟର।

Advertisment