ଗାଜଲବାଡ଼ି ଘାଟି‌ରେ ଭୂସ୍ଖଳନ: ଏନ୍‌ଏଚ୍‌ ୫୯ରେ ଗାଡ଼ି ଚଳାଚଳ ବନ୍ଦ

ଦାରିଙ୍ଗବାଡ଼ି/ସୋରଡ଼ା : ଗଞ୍ଜାମ ଓ କନ୍ଧମାଳକୁ ସଂଯୋଗ କରୁଥିବା ଦାରିଙ୍ଗବାଡ଼ି-ସୋରଡ଼ା ୫୯ ନମ୍ବର ଜାତୀୟ ରାଜପଥ ଗାଜଲବାଡ଼ି ଘାଟିରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିଛି।

ସୂଚନା ଅନୁସାରେ, ଘାଟିର ୩, ୪ ଓ ୫ ନମ୍ବର ବୁଲାଣି ରାସ୍ତାରେ ଭୂସ୍ଖଳନ ହେତୁ ବହୁ ସ୍ଥାନରେ ଘାଟି ରାସ୍ତା ଉପରେ ବଡ଼ ବଡ଼ ପଥର, ଗଛ ଧସି ଅବରୋଧ ହୋଇପଡ଼ିଛି। ଧନଜୀବନ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରଶାସନ ଓ ସୋରଡ଼ା ପୁଲିସ ସାମୟିକ ଭାବେ ଏନ୍‌ଏଚ୍‌ ୫୯ରେ ବସ୍‌ ଓ ଭାରୀଯାନ ଚଳାଚଳକୁ ସ୍ଥଗିତ ରଖିଛନ୍ତି।

ସମ୍ବନ୍ଧିତ ଖବର