ରାଇକିଆ-କରଡା ରାସ୍ତାରେ ଭୂସ୍ଖଳନ: ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଗାଣ ବର୍ଷାରେ ରାଇକିଆ – କରଡା ରାସ୍ତାରେ ଭୂସ୍ଖଳନ ଘଟିଥିବାର ଖବର ମିଳିଛି। ମାଲାଗୁଡା ଘାଟିରେ ଭୂସ୍ଖଳନ ହୋଇଛି। ଏହାଫଳରେ ୪ଟି ପଞ୍ଚାୟତ ଯୋଗାଯୋଗରୁ ବିଛିନ୍ନ ହୋଇଥିବାର ଖବର ମିଳିଛି। କରଡା, ଇନ୍ଦ୍ରଗଡ, ରଣବା, ବଡବାରବା ୪ପଞ୍ଚାୟତ। ଦୁଇ ଦିନ ହେଲା ହେଲାଣି ବିଛିନ୍ନ ଧସିଲା କରଡ଼ା ଘାଟି।

କନ୍ଧମାଳ ରାଇକିଆ ବ୍ଲକ କରଡ଼ା ଘାଟି ମାଲାଗୁଡ଼ା ନିକଟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଘାଟିର ତିନୋଟି ସ୍ଥାନରେ ପାର୍ଶ୍ୱ କାନ୍ଥ ଧସି ଯାଇଛି। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଘାଟିର ବିଭିନ୍ନ ସ୍ଥାନ ଧୋଇଯାଇଥିଲା । ରାଇକିଆର ୪ଟି ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ରଣବା ଓ ବଡ଼ବାରବା ପଞ୍ଚାୟତର ପ୍ରାୟ ୧୦ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତିା ତେବେ ଗଞ୍ଜାମ ସୋରଡାକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ଏବେ ଭୂସ୍ଖଳନ ଘଟିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର