ଉଚ୍ଛେଦ ପରେ ଖୋଲିଲା ଲଙ୍ଗୁଳି ମଠ ମନ୍ଦିରର ମୁଖ୍ୟଦ୍ବାର

ମୁଖ୍ୟଦ୍ବାର ବନ୍ଦ କରି ଚାଲିଥିଲା ଦୋକାନ

ପୁରୀ : ଶ୍ରୀମନ୍ଦିର ସ୍ନାନମଣ୍ଡପ ସମ୍ମୁଖ ଲଙ୍ଗୁଳି ମଠ ଭଙ୍ଗାଯିବା ପରେ କିଛି ଅନାଲୋଚିତ ତଥ୍ୟ ଏବେ ପଦାକୁ ଆସିଛି। ମହନ୍ତ ମଠ ପରିସରରେ ଥିବା ମନ୍ଦିରର ମୁଖ୍ୟଦ୍ବାରକୁ ବନ୍ଦ କରି ଅନ୍ୟ ଏକ ଦ୍ବାର ବାହାର କରି ପୂଜାର୍ଚ୍ଚନା କରୁଥିଲେ। ବ୍ୟବସାୟ ଲକ୍ଷ୍ୟରେ ଏପରି କରାଯାଇଥିବା ଜଣାପଡ଼ିଛି। ଗତକାଲି ଜିଲ୍ଲା ପ୍ରଶାସନ ଲଙ୍ଗୁଳି ମଠକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ ମଧ୍ୟ ମଠ ପରିସରସ୍ଥିତ ମନ୍ଦିରକୁ ହାତ ମାରିନଥିଲା। ଆଜି ମଠର ଭଗ୍ନାଂଶ ବାହାର କରାଯିବା ପରେ ଏହି ମନ୍ଦିର ସ୍ପଷ୍ଟ ଦିଶୁଛି। ମନ୍ଦିରର ମୁଖ୍ୟ ଦ୍ବାର ସିଂହଦ୍ବାର ଆଡ଼କୁ ରହିଥିବା ଦେଖିବାକୁ ମିଳିଛି। ମନ୍ଦିର ମୁଖ୍ୟଦ୍ବାର ସିଂହଦ୍ବାର ଆଡ଼କୁ ମୁହଁ କରି ରହିଥିଲେ ବି ମଠ କର୍ତୃପକ୍ଷ ଏହି ଦ୍ବାରକୁ ବନ୍ଦ କରି ଦେଇଥିଲେ।

ସମ୍ବନ୍ଧିତ ଖବର