ଶୀତଳ ଭଣ୍ଡାରରେ ଲାଞ୍ଜିଗଡ଼-ଫୁଲବାଣୀ-ତାଳଚେର ରେଳପଥ : ମଦନପୁର ରାମପୁର ଅଞ୍ଚଳ ରେଳ ମାନଚିତ୍ରରେ କେବେ ସ୍ଥାନ ପାଇବ ?

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ରେଳପଥ ପାଇଁ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ବିଭିନ୍ନ ରେଳ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡି ରହିଛି । ଲାଞ୍ଜିଗଡ଼-ଫୁଲବାଣୀ-ତାଳଚେର ରେଳପଥ ପାଇଁ ରେଳ ବିଭାଗ ପକ୍ଷରୁ ସର୍ଭେ ସରିଛି । କିନ୍ତୁ ଏନେଇ ବିଭାଗର ଆଗ୍ରହ ନଥିବା ଯୋଗୁଁ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଅଞ୍ଚଳବାସୀଙ୍କ ପାଇଁ ରେଳ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି ।

Illawarra Mercury

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଲାଞ୍ଜିଗଡ଼ ରୋଡ଼ ଠାରୁ ତାଳଚେର ପର୍ଯ୍ୟନ୍ତ ନୂତନ ରେଳ ଲାଇନ ପାଇଁ ଏକ ରେକନାନ୍ସ ଇଞ୍ଜିନିୟରିଂ-କମ- ଟ୍ରାଫିକ୍ (ଆରଇଟି) ୨୩୦ କିଲୋମିଟର ପାଇଁ ସର୍ଭେ କରାଯାଇଥିଲା । ୨୦୧୭ ମସିହା ଏପ୍ରିଲ ୧୩ ତାରିଖରେ ସର୍ଭେର ଡିପିଆର ପ୍ରସ୍ତୁତ ହୋଇ ରେଳବାଇ ବୋର୍ଡକୁ ପଠା ଯାଇଥିଲା । କିନ୍ତୁ ଏହି ପ୍ରକଳ୍ପ ୨୦୧୬-୧୭ ମସିହାରେ ରେଳବାଇର ବ୍ଲୁ ବୁକରୁ କାଟୁ ଦିଆଯାଇଥିଲା । ଏହି ପ୍ରକଳ୍ପରେ ରେଟ ଅଫ ରିଟର୍ଣ୍ଣ ୩.୧୩ ପ୍ରତିଶତରୁ କମ ରହିଥିଲା । ବର୍ତ୍ତମାନ ଏବଂ ପ୍ରସ୍ତାବିତ ୨୧ ରେଳ ଷ୍ଟେସନ୍ ହେଉଛି ଲଞ୍ଜିଗଡ ରୋଡ୍, ଗୋଟେନ୍, ମଦନପୁର ରାମପୁର, ବାଲିବାଜୁ, ଲାହିଡି, ବାଲିଗୁଡ଼ା, ଚମ୍ପକମ୍ବା, ସାରଙ୍ଗଗଡ଼, ରତାଖଣ୍ଡୀ, ଫୁଲବାଣୀ, ରାଗାପଦର, ଖଜୁରିପଡା, ଗରିପାଡ଼ା, ଅଧୋନିଗଡ଼, ଚାରିଚକ୍, ପୁରୁଣା କଟକ, ଆଠ ମଲ୍ଲିକ, ଠାକୁରଗଡ ରୋଡ୍, ହଣ୍ଡପା, ବୋଇଣ୍ଡା ଏବଂ ଜରପଡା ଅଟେ । ସମଗ୍ର ପ୍ରକଳ୍ପରେ ୩୪ଟି ପ୍ରମୁଖ ସେତୁ, ୨୬୩ ଟି ଛୋଟ ବ୍ରିଜ୍, ୧ଟି ମାନବ ରେଳ କ୍ରସିଂ, ୨୧ଟି ରେଳ ଷ୍ଟେସନ୍ ଅଛି । ଏହି ପ୍ରକଳ୍ପରେ ଟନେଲ୍ ନାହିଁ । ଦୀର୍ଘତମ ସେତୁ ପ୍ରାୟ ୨ କିଲୋମିଟର ମହାନଦୀ ଉପରେ ରହିବ। ଏହି ରେଳ ପ୍ରକଳ୍ପ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଏବଂ ସମ୍ବଲପୁର ଭଳି ୫ଟି ଜିଲ୍ଲା ଦେଇ ଗତି କରିବ । ସମଗ୍ର ପ୍ରକଳ୍ପ ମୂଲ୍ୟ ପ୍ରାୟ ୫୨୦୫.୯୬ କୋଟି ଅଟେ । ଏହି ପ୍ରକଳ୍ପରେ ରେଟ୍ ଅଫ୍ ରିଟର୍ନ ୩.୧୩ ପ୍ରତିଶତ କମ ଥିବା ଯୋଗୁଁ ରେଳ ବିଭାଗ ଏହି ପ୍ରକଳ୍ପ ଡିପିଆରକୁ ଶୀତଳ ଭଣ୍ଡାରକୁ ଠେଲି ଦେଇଛି।

Rediff.com

ଏହି ରେଳ ପ୍ରକଳ୍ପ ତାଳଚେରରୁ କୋଇଲା କରିଡ଼ର କରିବା ପାଇଁ ସର୍ଭେ କରିଥିଲା । ବର୍ତ୍ତମାନ ଏହି ପ୍ରକଳ୍ପର ଭବିଷ୍ୟତ ଶୀତଳ ଭଣ୍ଡାରରେ ଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଅଞ୍ଚଳବାସୀଙ୍କ ପାଇଁ ରେଳ ସ୍ୱପ୍ନ ମିଳାଇ ଯାଇଛି । ଅନ୍ୟ ଏକ ରେଳ ପ୍ରକଳ୍ପ ସମ୍ବଲପୁର ଠାରୁ ବ୍ରହ୍ମପୁର ରେଳପଥ ରେଳ ବିଭାଗର ବିଚାରଧୀନ ରହିଛି । ଏହି ରେଳ ପ୍ରକଳ୍ପରେ ରେଟ୍ ଅଫ୍ ରିଟର୍ନ ୧୪.୧୨ ପ୍ରତିଶତ ରହିଛି । ଏହି ପ୍ରକଳ୍ପ ପାଇଁ ୨୯୫୭.୪୫ କୋଟି ଟଙ୍କା ପ୍ରସ୍ତାବ ରହିଛି । ଏହି ରେଳପଥ ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାକୁ ସଂଯୋଗ କରିବ । ଏହି ପ୍ରକଳ୍ପ ରେ ୧୮ ଟି ଷ୍ଟେସନ ରହିବ ଓ ଦୂରତା ୨୪୦.୫୦ କିଲୋମିଟର ରହିବ । ଏହି ରେଳପଥ ପ୍ରକଳ୍ପର ସର୍ଭେ ରିପୋର୍ଟ ୨୦୧୫ ମସିହା ଜୁନ ୮ ତାରିଖରେ ରେଳବାଇ ବୋର୍ଡକୁ ପ୍ରଦାନ କରାଯାଇଛି । ୨୦୧୬-୧୭ମସିହାରେ ଏହି ପ୍ରକଳ୍ପ ରେଳବାଇର ସିଆଇପି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ଫଳରେ ଏହି ପ୍ରକଳ୍ପର ଭବିଷ୍ୟତ ନେଇ ଆଶା ଦେଖା ଦେଇଛି । ମଦନପୁର ରାମପୁର ଅଞ୍ଚଳବାସୀଙ୍କ ପାଇଁ ପ୍ରସ୍ତାବିତ ବ୍ରହ୍ମପୁର-ସମ୍ବଲପୁର ରେଳପଥର ଫୁଲବାଣୀ ଠାରୁ ଲାଞ୍ଜିଗଡ଼ ରୋଡ଼ ପର୍ଯ୍ୟନ୍ତ ସଂଯୋଗ କରାଗଲେ ଅଞ୍ଚଳବାସୀଙ୍କ ରେଳ ସ୍ୱପ୍ନ ସାକାର ହୋଇ ପାରନ୍ତା । ଲାଞ୍ଜିଗଡ଼ ରୋଡ଼ରୁ ଫୁଲବାଣୀ ପର୍ଯ୍ୟନ୍ତ ପ୍ରାୟ ୧୩୦ କିଲୋମିଟର ରେଳପଥକୁ ସର୍ଭେ କରାଗଲେ କଳାହାଣ୍ଡି ଜିଲ୍ଲାକୁ ନୂଆ ରେଳପଥ ସଂଯୋଗ ହୋଇ ପାରନ୍ତା । କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରୁ ଫୁଲବାଣୀ ଏବଂ ଭଞ୍ଜନଗର ଦେଇ ଦକ୍ଷିଣ ଓଡ଼ିଶା ବ୍ରହ୍ମପୁର ସହିତ ସଂଯୋଗ ହୋଇ ପାରିବ ।

Rail Analysis India

କଳାହାଣ୍ଡି ଜିଲ୍ଲାର ଆରଡ଼ିସି ଅଫିସ ବ୍ରହ୍ମପୁରରେ ଥିବା ଯୋଗୁଁ ଏହି ରେଳ ଲାଇନ ଜିଲ୍ଲାର ଲାଇଫ ଲାଇନ ସାଜିବ । ପ୍ରସ୍ତାବିତ ଫୁଲବାଣୀ ରେଳ ଷ୍ଟେସନ ମଧ୍ୟ ସମ୍ବଲପୁର – ବ୍ରହ୍ମପୁର ରେଳବାଇ ନୂତନ ଲାଇନ ରେଳ ପ୍ରକଳ୍ପ ମାଧ୍ୟମରେ ସଂଯୋଗ କରୁଛି ଯାହା ପୂର୍ବରୁ ରେଳ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡକୁ ହସ୍ତାନ୍ତର କରାଯାଇଥିଲା ଯେଉଁଥି ପାଇଁ ଚୂଡ଼ାନ୍ତ ସ୍ଥାନ ସର୍ଭେ ଚାଲିଛି।ରେଳ ବୋର୍ଡ ଲାଞ୍ଜିଗଡ଼ ରୋଡ – ତାଲଚର ନୂଆ ଲାଇନ ରେଳ ପ୍ରକଳ୍ପ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ରୁ ଲାଞ୍ଜିଗଡ଼ ରୋଡରୁ ଫୁଲବାଣୀ ପର୍ଯ୍ୟନ୍ତ ପ୍ରାୟ ୨୩୦ କିଲୋମିଟର ଆନୁମାନିକ ମୂଲ୍ୟ ଏବଂ ରେଟ ଅଫ୍ ରିଟର୍ନ ସଂଶୋଧନ କରିବା ପାଇଁ ପୂର୍ବକୋଷ୍ଟ ରେଳବାଇକୁ ପ୍ରସ୍ତାବ ଦେବା ଆବଶ୍ୟକ ରହିଛି । ଏହା ଦ୍ବାରା କଳାହାଣ୍ଡି ଜିଲ୍ଲାବାସୀଙ୍କ ମଦନପୁର ରାମପୁର ଅଞ୍ଚଳ ପାଇଁ ରେଳ ସ୍ୱପ୍ନ ସାକାର ହୋଇ ପାରନ୍ତା । ତୁରନ୍ତ କେନ୍ଦ୍ର ସରକାର ମଦନପୁର ରାମପୁର ଅଞ୍ଚଳକୁ ରେଳ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ସମ୍ବନ୍ଧିତ ଖବର

Comments are closed.