ଯୁକ୍ତ୨ରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ୧୫୦୦୦ଲ୍ୟାପ୍‌ଟପ

ଭୁବନେଶ୍ବର : ବିଶ୍ବ ଯୁବ ସଶକ୍ତୀକରଣ ଯୋଜନାରେ ଯୁକ୍ତ୨ରେ ଭଲ ପ୍ରଦର୍ଶନ କରିଥିବା ୧୫ହଜାର ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍‌ ପ୍ରଦାନ କରାଯିବ। ୨୦୧୯-୨୦ ଶିକ୍ଷା ବର୍ଷରେ ଏହି ଲ୍ୟାପ୍‌ଟପ ବଣ୍ଟନ କରାଯିବ। କଳା ବିଭାଗରେ ୫୪୦୦ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍‌ଟପ ଦିଆଯିବାକୁ ଥିବା ବେଳେ ବିଜ୍ଞାନ ବିଭାଗରେ ୭ ହଜାର, ବାଣିଜ୍ୟରେ ଦୁଇ ହଜାର, ସଂସ୍କୃତରେ ୪୦୦ ଓ ଧନ୍ଦାମୂଳକ ବିଭାଗରେ ୨୦୦ ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍‌ ଦିଆଯିବ। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୧୬୨୪ଟି ଲ୍ୟାପ୍‌ଟପ ବଣ୍ଟନ ହେବାକୁ ଥିବା ବେଳେ ଗଞ୍ଜାମରେ ୧୫୨୨, କଟକରେ ୧୨୫୨, ବାଲେଶ୍ବରରେ ୧୧୧୧ ଛାତ୍ରଛାତ୍ରୀଙ୍କୁ ଲ୍ୟାପ୍‌ଟପ୍‌ ଦିଆଯିବ। ଦେବଗଡ଼ରେ ସର୍ବନିମ୍ନ ୭୫ଟି ଲ୍ୟାପ୍‌ଟପ୍‌ ବଣ୍ଟନ ହେବାକୁ ଥିବା ବେଳେ ବୌଦ୍ଧରେ ୮୨ଟି ବଣ୍ଟନ ହେବ। ୩୦ଟି ଜିଲ୍ଲାର ନୋଡାଲ କଲେଜର ଅଫିସରମାନେ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି।

ସମ୍ବନ୍ଧିତ ଖବର