ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷରେ ଯୁକ୍ତ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଲାପଟପ୍ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏବେ ବି କିଛି ନୋଡାଲ ସେଣ୍ଟର୍ରେ ଲାପ୍ଟପ୍ ରହିଯାଇଛି। ମାର୍ଚ୍ଚ ୨୨ରେ ଲକ୍ଡାଉନ୍ ଘୋଷଣା ହେବା ପରେ ନୋଡାଲ୍ ସେଣ୍ଟରଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରିପାରି ନ ଥିବା ଉଚ୍ଚଶିକ୍ଷା ବିଭାଗକୁ ଜଣାଇଛନ୍ତି। ତାହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଲାପଟପ୍ ବଣ୍ଟନ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୋଡାଲ୍ ସେଣ୍ଟରରୁ ଲାପ୍ଟପ୍ ସଂଗ୍ରହ କରିପାରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp