ଘର ଭିତରେ ସାପ ସାଲୁବାଲୁ : ହଦଗଡ଼ ଜଙ୍ଗଲରେ ଛଢ଼ାଗଲା ୧୨୮ ସାପ

ଧାମନଗର : ଧାମନଗର ଏନଏସି ଅନ୍ତର୍ଗତ ଶ୍ୟାମପୁର ପାଇକସାହି ଗ୍ରାମର ବିଜୟ ଭୂୟାଁଙ୍କ ଘରେ ସାପ ସାଲୁବାଲୁ ହେବା ପରେ ଗତକାଲି ୧୨୦ ନାଗସାପ ଛୁଆ ଉଦ୍ଧାର ହୋଇଥିଲା। ଆଜି ନାଗନାଗୁଣୀ ସହ ଆଉ ୮ଟି ସାପକୁ ଉଦ୍ଧାର କରାଯାଇଛି।

ବିଜୟ ଭୂୟାଁଙ୍କ ଘରୁ ଗତକାଲି ୧୨୦ ନାଗସାପ ଛୁଆ ଉଦ୍ଧାର ହୋଇଥିବା ବେଳେ ବଡ଼ ସାପ ତଥା ନାଗନାଗୁଣୀ ଉଦ୍ଧାର ହୋଇନଥିଲେ। ସେକ୍‌ ମିର୍ଜା ନାଗନାଗୁଣୀକୁ ଧରିବା ପାଇଁ ଗତକାଲିଠାରୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ଏକ ହାଣ୍ଡିରେ ଉଦ୍ଧାର ହୋଇଥିବା ସମସ୍ତ ନାଗଛୁଆକୁ ରଖି ତା’ ଉପରିଭାଗରେ ଏକ ଜାଲି ବାନ୍ଧିଦେଇ କବାଟ ବନ୍ଦ କରିଦେଇଥିଲେ। ଆଜି ସକାଳେ କବାଟ ଖୋଲିବା ସମୟରେ ରଖାଯାଇଥିବା ହାଣ୍ଡି ଉପରେ ତିନୋଟି ନାଗ ଓ ନାଗୁଣୀ ଫଣା ଟେକି ହାଣ୍ଡିକୁ ଜଗି ରହିଥିବା ଦେଖାଯାଇଥିଲା। କୌଶଳକ୍ରମେ ମିର୍ଜା ଦୁଇଟି ବଡ଼ ସାପକୁ ଧରିଥିଲେ ମଧ୍ୟ ଗୋଟିଏ ସାପ ଘରୁ ପଦାକୁ ଖସି ପଳାଇଥିଲା। ପରବର୍ତ୍ତୀ ସମୟରେ ଘରର କିଛିଦୂରରୁ ବଡ଼ ସାପକୁ ଧରାଯାଇଥିଲା। ଗତକାଲି ଓ ଆଜି ମିଶି ୧୨୮ଟି ସାପ ଉଦ୍ଧାର ହୋଇଛି। ଆଜି ଉଦ୍ଧାର ସମସ୍ତ ସାପକୁ ଧାମନଗର ବନ ବିଭାଗ ପକ୍ଷରୁ ହଦଗଡ଼ ଜଙ୍ଗଲରେ ଛଡାଯାଇଛି।

ସମ୍ବନ୍ଧିତ ଖବର