ଯୋଡା : ବିପୁଳ ପରିମାଣର ଶାଳ କାଠ ଜବତ

ଯୋଡା : ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାମେବାରୀ ସେକ୍ସନର ପୀଢପୋଖରୀ ଗ୍ରାମରେ ଶନିବାର ବନ ବିଭାଗ ଚଢଉ କରି ବିପୁଳ ପରିମାଣର ଚୋରା କାଠ ଜବତ କରିଛି। ଗ୍ରାମର ଦୁଇ ଜଣ ବ୍ୟକ୍ତିଙ୍କ ଘରେ ବନ ବିଭାଗ ଶନିବାର ସକାଳ ୧୦ ଟାରୁ ଅପରାହ୍ଣ ୩ ଘଟିକା ପର୍ଯ୍ୟନ୍ତ ଚଢଉ କରିଥିଲା। ଏହି ଚଢଉରେ ଦୁଇ ବ୍ୟକ୍ତିଙ୍କ ଘରୁ ୭୫ କ୍ୟୁବିକ ଫୁଟର ଶାଳ, ପିଆଶାଳ ଓ କୁରୁମ କାଠ ପଟା ଜବତ କରିଛି। ଏହି ଚଢଉରେ କେନ୍ଦୁଝର ଏସିଏଫ ଅଜୟ କମାର ସାହୁ, ଚମ୍ପୁଆ ରେଞ୍ଜର ସଞ୍ଜୀବ କୁମାର ରାଉତ, ବାମେବାରୀ ବନପାଳ ଜ୍ୟୋତିନ୍ଦ୍ର କୁମାର ସାହୁ ଓ ଅନ୍ୟ ମୋବାଇଲ ବନ ଅଧିକାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର