ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଠେଲକୋବେଡ଼ା ଗାଁର ଏକ ଘରେ ବଡ଼ଧରଣର ଜୁଆ ଆଡ଼ାରେ ପୁଲିସ ଶନିବାର ରାତିରେ ଚଢ଼ଉ କରି ୮୦ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୦ ଲକ୍ଷରୁ ଅଧିକ ଟଙ୍କା, ୨୫ଟି କାର୍, ୧୦ରୁ ଅଧିକ ବାଇକ୍ ଜବତ କରିଛି। ପୁଲିସର ସୂଚନା ଅନୁସାରେ, କିଛି ମାସ ହେଲା ଠେଲକୋବେଡ଼ା ଗାଁର ଗୋଶାଳା ପାଖରେ ଥିବା ଏକ ଘରେ ବଡ଼ଧରଣର ଜୁଆ ଆଡ଼ା ଚାଲିଥିଲା।
୨୫ କାର୍ ଓ ୧୦ ବାଇକ୍ ବି ଜବତ
ଗାଁ ଚାରିପଟୁ ଘେରିଗଲେ ପୁଲିସ ଫୋର୍ସ
କୌଣସି ସୂତ୍ରରୁ ଖବର ପାଇ ଶନିବାର ରାତିରେ ପୁଲିସ ପହଞ୍ଚି ଗାଁର ଚାରିପଟକୁ ଘେରି ଯାଇଥିଲା। ଘର ଭିତରେ ଜୁଆଡ଼ିମାନେ ଥିବା ସମୟରେ ପୁଲିସ ବାହାରୁ ଫାଟକରେ ତାଲା ପକାଇ ଦେଇଥିଲା। ପରେ ଘଟଣାସ୍ଥଳକୁ ନୂଆପଡ଼ା ଏସ୍ପି ଓ ୩ଟି ଭ୍ୟାନ୍ରେ ପୁଲିସ ଫୋର୍ସ ପହଞ୍ଚିଥିଲେ। ରାତିରେ ଗିରଫ ଜୁଆଡ଼ିମାନଙ୍କୁ ଥାନାକୁ ଅଣାଯାଉଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/24/skkBM8enaCj6AgdudOp2.jpg)