ଜଗତସିଂହପୁର : ପାରାଦୀପ ବନ୍ଦର ଇତିହାସରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। ଗୁରୁବାର ଦିନ ବନ୍ଦରରେ ଏକ ସର୍ବବୃହତ୍ ଜାହାଜ ପଣ୍ୟ ନେଇ ପହଞ୍ଚିଛି। ୨୯୪ ମିଟର ଲମ୍ବ ଏହି ଜାହାଜଟିର ନାମ ହେଉଛି ଏମ୍ଭି ମିନେରାଲ ଟେମସ୍। ଆଜି ବନ୍ଦରର ସି କ୍ୟୁ-୧ ବର୍ଥରେ ଏହି ଜାହାଜଟି ଲାଗିଛି। ଜେଏସପିଏଲ୍ କମ୍ପାନିର ୧,୨୪,୭୦୪ ଟନ୍ ପଣ୍ୟ ସାଥୀରେ ନେଇ ଏହି ଜାହାଜଟି ଆସିଛି। ପାରାଦୀପ ବନ୍ଦରରେ କାର୍ଯ୍ୟରତ ଷ୍ଟିଭେଡୋୟର୍ସ କମ୍ପାନି ସିୱେଜ୍ ଏହାର ପଣ୍ୟ ଉତ୍ତୋଳନ ଦାୟିତ୍ବ ନେଇଛି। ପୂର୍ବରୁ ଗତ ୨୦୧୭ ନଭେମ୍ବର ୬ରେ ଏମଭି-ଉର୍ଜ୍ଜା ନାମକ ବୃହତ୍ ଜାହାଜ ଲାଗିଥିଲା।
ପାରାଦୀପ ବନ୍ଦରରେ ବୃହତ୍ ଜାହାଜ
/sambad/media/post_attachments/wp-content/uploads/2022/02/ship.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)