ପୁରୀ: ଦ୍ଵିତୀୟ ଦିନରେ ରତ୍ନଭଣ୍ଡାର ବାହାରପାର୍ଶ୍ଵ ଅମୁହାଁମନ୍ଦିର ବାହାର ପାର୍ଶ୍ଵ କାନ୍ଥର ଉତ୍ତର ଭାଗରେ କରାଯାଉଛି ଲେଜର ସ୍କାନିଂ | ଆଜି ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିବ | ବିଭିନ୍ନ ଦିଗକୁ ନଜରରେ ରଖି ରିପୋର୍ଟ ପ୍ରସ୍ତୁତ କରାଯିବ | ତେବେ ରିପୋର୍ଟ ଆସିଲା ପରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଏଏସଆଇ ସୁପରିଟେଡେଣ୍ଟ। ତେବେ ପ୍ରଥମ ଦିନରେ ରତ୍ନଭଣ୍ଡାର ବାହାର କାନ୍ଥର ଲେଜର୍ ସ୍କାନିଂ ପ୍ରକ୍ରିୟା ଶେଷ ହେବା ପରେ ଅମୁହାଁ ଦେଉଳର ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବର ୩୭ଟି ପଏଣ୍ଟରେ ଲେଜର୍ ସ୍କାନିଂ ଡକୁମେଣ୍ଟେସନ୍ ଶେଷ ହୋଇଥିଲା ।
ଆଜି ରତ୍ନଭଣ୍ଡାର ବାହାର କାନ୍ଥର ଲେଜର୍ ସ୍କାନିଂ ପ୍ରକ୍ରିୟା ଶେଷ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଏଏସଆଇ ସୁପରିଟେଣ୍ଡେଟ୍ ତଥଶ ଓଡିଶା ମୁଖ୍ୟ ଜି.ବି ଗଡନାୟକ। ଦୁଇଦିନରେ ମୋଟ ୪୯ଟି ପଏଣ୍ଟରେ ଲେଜର ସ୍କାନିଂ କରାଯାଇଛି। ଇଣ୍ଟରନେଟର କ୍ଲାଉଡ୍ ସରିଯିବା ଯୋଗୁଁ ଆଜି ସ୍କାନିଂ ବନ୍ଦ ରହିଛି। ଆସନ୍ତାକାଲି ବାକି ଥିବା ସ୍ଥାନରେ ଲେଜର ସ୍କାନିଂ କରାଯିବ ବୋଲି ସୂଚନା ଦେଇଛି ଏଏସଆଇ। ସେପଟେ ଲେଜର ସ୍କାନିଂ ନୁହେଁ, ଭିତର ଖୋଲି ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି ୨୦୧୮ରେ ରତ୍ନଭଣ୍ଡାରକୁ ଯାଇଥିବା ଟିମର ସଦସ୍ୟ ତଥା ତତ୍କାଳୀନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/jagannath_temple_0_0.jpg)