ଶେଷ ପର୍ଯ୍ୟାୟ ନିର୍ବାଚନ ଆଜି : ୬ ଲୋକସଭା, ୪୧ ବିଧାନସଭାରେ ମତଦାନ, ୧୦,୭୯୨ ବୁଥରେ ୯୫ ଲକ୍ଷ ଭୋଟର, ୪ଟି ବୁଥ୍‌ରେ ପୋଲିଂ ଅଧିକାରୀ ଦିବ୍ୟାଙ୍ଗ

ଭୁବନେଶ୍ବର : ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ୬ଟି ଲୋକସଭା ସମେତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ େହବ। ଏହି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ଲାଗି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି।

ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହି ପର୍ଯ୍ୟାୟରେ ୧୦ ହଜାର ୭୯୨ଟି ବୁଥରେ ମତଗ୍ରହଣ କରାଯିବ, େଯଉଁଥିରେ ୯୫ ଲକ୍ଷ ୬୫୩ଜଣ େଭାଟର ମତାଧିକାର ସାବ୍ୟସ୍ତ କରି ୩୮୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ େସମାନଙ୍କର ପ୍ରତିନିଧି ବାଛିବେ। ମତଦାତାଙ୍କ ମଧ୍ୟରେ ୪୯ ଲକ୍ଷ ୧ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି ଓ ୪୫ ଲକ୍ଷ ୯୮ ହଜାର ୯୭୯ ଜଣ ମହିଳା ଏବଂ ୫୯୫ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୩ ହଜାର ୯୨ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ସେଥିରୁ ୪୧୧ଟି ପାଇଁ ସିଏପିଏଫ ସୁରକ୍ଷା ବଳ ମୁତୟନ କରାଯିବା ସହ ୧ ହଜାର ୧୨୬ଟି ବୁଥରେ େଵବ୍ କାଷ୍ଟିଂ, ୫୫୪ଟିରେ ସିସିଟିଭି, ୫୯୫ଟିରେ ମାଇକ୍ରୋ ଅବଜରଭର, ୨୪୦ଟି ବୁଥର ଭିଡିଓଗ୍ରାଫି, ୧୬୬ଟିରେ ସ୍ଥିର ଫଟୋଚିତ୍ର ପାଇଁ ବ୍ୟବସ୍ଥା କରାଯାଇଛି।

ଏହି ପର୍ଯ୍ୟାୟର ଉଲ୍ଲେଖନୀୟ କଥା େହଲା, ଏଥର ପ୍ରଥମକରି ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀର ୪ଟି ବୁଥରେ ସମ୍ପର୍ଣ୍ଣଭାବେ ଦିବ୍ୟାଙ୍ଗ ପୋଲିଂ ଅଧିକାରୀ ଭୋଟଗ୍ରହଣ କାର୍ଯ୍ୟ ନିର୍ବାହ କରିବେ। ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀରେ ୨ଟି ବୁଥ୍ ଓ ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀର ୨ଟି ବୁଥ୍ ରହିଛି। ଅନ୍ୟପକ୍ଷରେ ଏହି ପର୍ଯ୍ୟାୟ ନିର୍ବାଚନ ରାଜ୍ୟ ରାଜନୀତିର ଦିଶା ନିର୍ଣ୍ଣୟରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ। ବିେଜଡି ହାତ ଛା଼ଡି ବିଜେପିରୁ ଲଢୁଥିବା ଅନେକ ନେତାଙ୍କ ମଧ୍ୟରେ ତିନି ବରିଷ୍ଠ େନତା ଡାକ୍ତର ଦାମୋଦର ରାଉତ, ରଘୁନାଥ ମହାନ୍ତି ଓ ବୈଜୟନ୍ତ ପଣ୍ଡା ଅଛନ୍ତି। ଏମାନେ ଦଳବଦଳ କରିବା ପରେ େଭାଟର ଗ୍ରହଣ କରିବେ ନା ପ୍ରତ୍ୟାଖ୍ୟାନ କରିବେ, ତାହା ଆସନ୍ତାକାଲିର ନିର୍ବାଚନ ନିର୍ଣ୍ଣୟ କରିବ।

ରାଜନୀତି ଦୃଷ୍ଟିରୁ ସମ୍ବେଦନଶୀଳ ଓ ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡାରେ ବିେଜଡି ପୁଣି ବାଜିମାତ୍ କରିବ ନା ୨୦୧୯ ନିର୍ବାଚନ ଏ ରେକର୍ଡ ଭାଙ୍ଗିବ ତାହା ସ୍ଥିର କରିବେ େଭାଟର। ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ,ଦାମବାବୁ, ସାଂସଦ ଅର୍ଜୁନ ସେଠୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ନିଜର ଉତ୍ତରାଧିକାରୀ ଅର୍ଥାତ୍ ପୁଅମାନଙ୍କୁ ରାଜନୀତିରେ ସଫଳ କରାଇ ପାରୁଛନ୍ତି ନା ନାହିଁ, ତାହା ଏହି ପର୍ଯ୍ୟାୟ ନିର୍ବାଚନ ଉପରେ ନିର୍ଭର କରୁଛି।

ଏହାବ୍ୟତୀତ ଏହି ପର୍ଯ୍ୟାୟରେ େଭାଟରଙ୍କୁ ସାମ୍ନା କରିବାକୁ ଥିବା େନତାଙ୍କ ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିେରାଧୀ ଦଳ ଉପନେତା ଚିରଞ୍ଜିବୀ ବିଶ୍ବାଳ, ମନ୍ତ୍ରୀ ଶଶିଭୂଷଣ େବହେରା, ପ୍ରତାପ ଜେନା, ଅନନ୍ତ ଦାସ ଓ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ, ଅନୁଭବ ମହାନ୍ତି ଅଛନ୍ତି। ସେହିଭଳି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁଦାମ ମାରାଣ୍ଡି, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ଭଳି ରାଜ୍ୟ ରାଜନୀତିର ଅନେକ ଛାମୁଆ ନେତାଙ୍କ ସଂପର୍କରେ େଭାଟର ତାଙ୍କ ରାୟ ଦେବେ।

ଆଜି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, କେନ୍ଦ୍ରାପଡ଼ା ଲୋକସଭା ପାଇଁ ଭୋଟଗ୍ରହଣ ସମୟରେ ସାମ୍ଭାବ୍ୟ ଅସ୍ବାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକତାଠାରୁ ଅଧିକ ପୁଲିସ ଫୋର୍ସ ନିର୍ବାଚନ କମିସନ ମୁତୟନ କରିଛନ୍ତି। ମତଦାନ ଦିନ କେନ୍ଦ୍ରାପଡ଼ାରେ ବୁଥ ରିଗିଂ ଓ ବୁଥ କ୍ୟାପଚରିଂ ଉପରେ ଆଶଙ୍କା ପ୍ରକାଶ କରି ରାଜନୈତିକ ଦଳଗୁଡ଼ିକ କରିଥିବା ଅଭିଯୋଗ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର କହିଛନ୍ତି, କେନ୍ଦ୍ରାପଡ଼ା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ଗତକାଲିଠୁ ଜିଲ୍ଲାରେ ଚଢ଼ଉ ଜାରି ଅଛି। ଏହି ଚଢ଼ଉ ଆସନ୍ତାକାଲି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଯେଉଁ ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେଉଛି ସେଠାରେ ଭୋଟର ତାଲିକାରେ ନାମ ନଥିବା କୌଣସି ବି ରାଜନେତା ଓ କର୍ମୀଙ୍କୁ ସମ୍ପୃକ୍ତ ଲୋକସଭା ନିର୍ବାଚନମଣ୍ଡଳୀ ସୀମାଭିତରେ ରହିବାକୁ ଦିଆଯିବନାହିଁ। ଏହି ନିୟମକୁ ଉଲଂଘନ କରି ଧରାପଡ଼ିଲେ ଆଇନଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପକ୍ଷରେ ଏହି ପର୍ଯ୍ୟାୟରେ ମୋଟ ୩୩୬ଜଣ ବିଧାନସଭା ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ସେମାନଙ୍କ ଭିତରୁ ୩୦୧ ଜଣ ପୁରୁଷ ଓ ୩୪ ଜଣ ମହିଳା ଓ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ସାମିଲ ଅଛନ୍ତି। ୫୨ ଜଣ ଲୋକସଭା ପ୍ରାର୍ଥୀଙ୍କ ଭିତରେ ୪୦ ଜଣ ପୁରୁଷ ଓ ୧୨ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଭୋଟଗ୍ରହଣକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ମୋଟ୍ ୭୨ ହଜାର ୩୬୩ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭୋଟଗ୍ରହଣ ତଦାରଖ କରିବାକୁ ୧ ହଜାର ୫୨ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ ହୋଇଥିବା ବେଳେ ୧୦୫ଟି ବୁଥ ସମ୍ପୂର୍ଣ୍ଣଭାବେ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ। ଭୋଟଗ୍ରହଣ ତଦାରଖ କରିବାକୁ ୧ ହଜାର ୫୨ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ ହୋଇଥିବା ବେଳେ ୧୦୫ଟି ବୁଥ ସମ୍ପୂର୍ଣ୍ଣଭାବେ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ।

ଉଲ୍ଲେଖଯୋଗ୍ୟ, ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ସମେତ ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବାରିପଦା, ମୋରଡ଼ା, ବଡ଼ସାହି, ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଞ୍ଜାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ନିଆଳି, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର ଓ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ ହେବ। ସବୁ ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ।

ସମ୍ବନ୍ଧିତ ଖବର