ସଂପନ୍ନ ହେଲା ପଦ୍ମଶ୍ରୀ ନନ୍ଦ ସାରଙ୍କ ଶେଷକୃତ୍ୟ, ଗାର୍ଡ ଅଫ ଅନର ସହ ଦିଆଗଲା ବିଦାୟ

ଯାଜପୁର: ଯାଜପୁରର ଗର୍ବ ଆଉ ଗୌରବ ପଦ୍ମଶ୍ରୀ ଗୁରୁ ନନ୍ଦ କିଶୋର ପୃଷ୍ଟିଙ୍କ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ କୋଭିଡରେ ଦେହାନ୍ତ ହେବାପରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଶେଷକୃତ୍ୟ ପାଇଁ ତାଙ୍କୁ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନକୁ ଅଣାଯାଇଥିଲା । ପ୍ରଥମେ ପଦ୍ମଶ୍ରୀ ନନ୍ଦକିଶୋର ପୃଷ୍ଟିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ନନ୍ଦ ସାରଙ୍କ ସାନ ପୁଅ ନିରଞ୍ଜନ ପୃଷ୍ଟି ମୁଖାଗ୍ନି ଦେଇଥିଲେ ।

ତେବେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ଼, ଯାଜପୁର ଏସପି ରାହୁଲ ପିଆରଙ୍କ ସମେତ ପୁଲିସ ବିଭାଗ ଓ ଜିଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗାଦାନ ଦେଇଥିଲେ । ତେବେ କୋଭିଡ ପ୍ରୋଟୋକଲ ଥିବାରୁ ଭୁବନେଶ୍ୱରରୁ ନନ୍ଦ ସାରଙ୍କୁ ଘରକୁ ନିଆ ନଯାଇ ମହା ଶ୍ମଶାନକୁ ଆଣା ଯାଇଥିଲା । ତାଙ୍କ ବିୟୋଗରେ ବିଧାୟକ ପ୍ରୀତିରଞ୍ଜନ ଘଡାଇ ଶୋକବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଥିଲା ।

ସମ୍ବନ୍ଧିତ ଖବର