ଅନଲାଇନରେ ହେବ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ଶେଷ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଅନଲାଇନରେ ହେବ ୟୁଜି/ ପିଜି ଶେଷ ବର୍ଷର ପରୀକ୍ଷା । ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ପରୀକ୍ଷା କିପରି ହେବ ଏ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ହୋଇଛି । ସୂଚନାନୁସାରେ, କୁଳପତିଙ୍କ ସମ୍ମିଳନୀରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । କେବଳ ଯୁକ୍ତ ତିନି ଏବଂ ସ୍ନାତକ ଶେଷ ସେମିଷ୍ଟାର ପାଇଁ ଏହା ଉଦ୍ଧିଷ୍ଟ । ଘରେ ସୁବିଧା ନଥିଲେ ନିକଟ ଡିଗ୍ରୀ କଲେଜରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ ।

ପୂର୍ବ ପରୀକ୍ଷା ଅବା ବ୍ୟାକ୍ ପରୀକ୍ଷା ମଧ୍ୟ ଅନଲାଇରେ ହେବ । ପରୀକ୍ଷା ତାରିଖ ବିଶ୍ବବିଦ୍ୟାଳୟ ନିର୍ଦ୍ଧାରିତ କରିବେ । ଅନଲାଇନରେ ପରୀକ୍ଷା କିପରି ହେବ ସେ ନେଇ ମଧ୍ୟ ବିଶ୍ବବିଦ୍ୟାଳୟ ନିଷ୍ପତ୍ତି ନେବେ । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୁନିଶ୍ଚିତ କରିବେ କିପରି ପରୀକ୍ଷା କରିବେ । ଅଗଷ୍ଟ ଓ ସେପ୍ଟେମ୍ବରରେ ଫଳ ପ୍ରକାଶ ପାଇବ । ଯୁକ୍ତ ତିନି ପ୍ରଥମ ବର୍ଷ ଓ ଦ୍ବିତୀୟ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତି ପରେ ନିଆଯିବ । ସେହିପରି ସ୍ନାତକର ପ୍ରଥମ ବର୍ଷ ସେମିଷ୍ଟାର ପରୀକ୍ଷା ନିଷ୍ପତ୍ତି ପରେ ନିଆଯିବ ।

ସମ୍ବନ୍ଧିତ ଖବର