୨୯ରେ ସ୍ୱର୍ଗତ ବିଜୟ ପଟ୍ଟନାୟକଙ୍କ ଏକାଦଶାହ

ଭୁବନେଶ୍ୱର : ୧୯୮୪ ମସିହାରୁ ‘ସମ୍ବାଦ’ର ପ୍ରକାଶକ ଭାବେ କାର୍ଯ୍ୟ କରିଥିବା ବିଜୟ କୁମାର ପଟ୍ଟନାୟକ ଗତ ୧୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ତାଙ୍କର ଏହି ଆକସ୍ମିକ ବିୟୋଗ ଆତ୍ମୀୟସ୍ବଜନ, ବନ୍ଧୁ ପରିଜନ ଏବଂ ତାଙ୍କର ଶୁଭେଚ୍ଛୁ ମହଲରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ଓଡ଼ିଶାର ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି ଘଟାଇଛି।

ଆସନ୍ତା ୨୯ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ସ୍ବର୍ଗତ ପଟ୍ଟନାୟକଙ୍କର ଏକାଦଶାହ କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲା ସ୍ଥିତ ଚିଟିଙ୍ଗା ଗ୍ରାମର ପୈତୃକ ଘରେ ଅନୁଷ୍ଠିତ ହେବ। ତେ‌ତବେ କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଇଚ୍ଛା ଥିଲେ ମଧ୍ୟ ପରିବାର ପକ୍ଷରୁ ତାଙ୍କର ବହୁ ବନ୍ଧୁ ଓ ଶୁଭେଚ୍ଛୁଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରାଯାଇ ପାରୁନାହିଁ ବୋଲି ତାଙ୍କର ସାନଭାଇ ଅଜୟ କୁମାର ପଟ୍ଟନାୟକ ଓ ପରିବାରବର୍ଗ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏଭଳି ସ୍ଥିତିରେ ବିଜୟ ବାବୁଙ୍କୁ ଭଲପାଉଥିବା ସମସ୍ତ ହିତାକାଂକ୍ଷୀ ବନ୍ଧୁମାନେ ସେଦିନ ନିଜ ନିଜ ଘରେ ରହି ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ଲାଗି ପରିବାରବର୍ଗ ବିନମ୍ର ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର