ପୁରୀ: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଶାନ୍ତ ହୋଇ ଉଠିଛି ପୁରୀ ସହର। ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ସ୍ଥାନରେ ପ୍ରଶାସନ ବିରୋଧରେ ମେଳି ହୋଇ ଗଣ୍ଡଗୋଳ କରୁଥିବା ବେଳେ ବନ୍ଦକୁ ସମର୍ଥନ ଜଣାଇ ପୁରୀ ସହରର ଦୋକାନବଜାର ବନ୍ଦ ରହିଛି। କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ସିଂହଦ୍ୱାର ଥାନାକୁ ମଧ୍ୟ ଆକ୍ରମଣ କରିଛନ୍ତି। ସିଂହଦ୍ୱାର ଥାନାକୁ ଢ଼େଲାପଥର ମାଡ଼ କରିବା ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଜନତା। ତେଣୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଟାଉନ ଥାନା ପୁଲିସ ପକ୍ଷରୁ ଲାଠି ଚାର୍ଜ କରାଯିବା ସହିତ ଟିୟର ଗ୍ୟାସ ଫାୟାରିଂ କରାଯାଇଛି। ଏହା ସତ୍ତ୍ୱେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ମନ୍ଦିର ଚାରିପଟେ ପ୍ରଶାସନ ଫକ୍ଷରୁ ୧୪୪ ଧାରା ଜାରି କରାଯାଇଛି।
ପୋଡ଼ାଜଳା, ଭଙ୍ଗାରୁ ଯୋଗୁଁ ପୁରୀ ସହରର ଆଇଶୃଙ୍ଖଳା ପରିସ୍ଥିତି ଅଣାୟତ ହୋଇ ପଡ଼ିଛି। ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା ସହିତ ତାଙ୍କ ଘର ଆଗରେ ଲୋକେ ବିକ୍ଷୋଭ କରିଛନ୍ତି। ସେହିପରି ପୁରୀ ଏସପିଙ୍କ ଅଫିସ ଗେଟରେ ଉତ୍ତ୍ୟକ୍ତ ଲାକେ ଭଙ୍ଗାରୁଜା କରିବା ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟ, ସିଂହ ଦ୍ୱାରା ଥାନାକୁ ମଧ୍ୟ ଆକ୍ରମଣ କରିଛନ୍ତି। ବଡ଼ଦାଣ୍ଡରେ ଥିବା ଟ୍ରାଫିକ ପୋଷ୍ଟଗୁଡ଼ିକରେ ଲୋକେ ନିଆଁ ଲଗାଇ ଦେଇଛନ୍ତି।
ଧାଡି ଦର୍ଶନ ପ୍ରତିବାଦରେ ବ୍ୟାପକ ଗଣ୍ଡଗୋଳ, ପୁଲିସର ଲାଠିଚାର୍ଜ, ଟିୟର ଗ୍ୟାସ ମାଡ଼
/sambad/media/post_attachments/wp-content/uploads/2018/10/Puri-Tear-Gas_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)