କଟକରେ ବୁଧବାର ଦିନ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଗୋପାଳବଲ୍ଲଭ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ମନେଅଛି ଯେତିକି’ର ଉନ୍ମୋଚନ ଉତ୍ସବ। ଏହି ଅବସରରେ ଉଦ୍ବୋଧନ ଦେଇଥିବା ଅତିଥିମାନଙ୍କ ବକ୍ତବ୍ୟର ମୁଖ୍ୟ ଅଂଶ।
/sambad/media/post_attachments/wp-content/uploads/2021/11/SRP_2141.jpg)
ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକ
ସୁପ୍ରିମକୋର୍ଟରେ ମୋର ସାଢେ ସାତ ବର୍ଷ କାର୍ଯ୍ୟକାଳ ଭିତରେ ମୁଁ ଦେଖିଛି ଯେ ଯେଉଁ ରାଜ୍ୟର ବିଚାରପତି ପ୍ରଧାନ ବିଚାରପତି ଭାବେ ଶପଥଗ୍ରହଣ କରନ୍ତି, ସେମାନଙ୍କ ଶପଥଗ୍ରହଣ ଉତ୍ସବରେ ସେମାନଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରୁହନ୍ତି। କିନ୍ତୁ ମୋର ଶପଥ ଉତ୍ସବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସି ନଥିଲେ, କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ମୁଁ ଭାବୁଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀମାନେ ନିଜର ରାଜ୍ୟର କୌଣସି ବ୍ୟକ୍ତିର କୃତିତ୍ବକୁ ତୁଚ୍ଛ ଭାବନ୍ତି...।
ମୋ’ ମତରେ ଓଡ଼ିଶା ହାଇକୋର୍ଟକୁ ଓ ଏ ହାଇକୋର୍ଟର ବିଚାରପତି ମାନଙ୍କୁ ହେୟଜ୍ଞାନ କରାଯାଉ ଥିଲା। ତା’ ନ ହେଲେ ଦୀର୍ଘ ୩୦ ବର୍ଷ ବିତି ଯିବା ପରେ ୧୯୮୩ରେ ହିଁ କ’ଣ ଦ୍ବିତୀୟ ବିଚାରପତିଙ୍କ ନିଯୁକ୍ତି ହୋଇଥାନ୍ତା!
ପାଟନାରୁ ଦିଲ୍ଲୀ ଗଲା ବେଳେ ଭାବୁଥିଲି, ସୁପ୍ରିମକୋର୍ଟରେ ପହଞ୍ଚିବା ପାଇଁ କେତେ ଲବି ହୁଏ, ରାଜନୈତିକ ଚେଷ୍ଟା ମଧ୍ୟ ହୁଏ। ମୋର ତ ଲବି ନଥିଲା, ପ୍ରଭୁ ଜଗନ୍ନାଥ ଓ ଇଷ୍ଟଦେବ ରାଧାକାନ୍ତ ଦେବଙ୍କ କୃପା, ଗୁରୁଜନଙ୍କ ଆଶୀର୍ବାଦ ମୋତେ ସୁପ୍ରିମକୋର୍ଟରେ ପହଞ୍ଚାଇ ଦେଲା।
ମୁଁ ସେତେବେଳେ ସବୁଠାରୁ କନିଷ୍ଠ ବିଚାରପତି ଥିଲି। ଅନେକ ବିଚାରପତ ‘ବେବି ଅଫ୍ କୋର୍ଟ’ ବୋଲି ମଧ୍ୟ ମୋତେ କହୁଥିଲେ।
୧୯୭୧ରେ ମୋ’ ନାମ ଯେତେବେଳେ ବିଚାରପତି ପଦ ପାଇଁ ସୁପାରିସ ହୋଇଥିଲା, ସେ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ପାଖରେ ମୋ’ ନାମରେ ମିଥ୍ୟା ଅଭିଯୋଗ ହୋଇଥିଲା। ସୁପ୍ରିମ କୋର୍ଟରେ ବିଚାରପତି ପଦ ପାଇଁ ଅନ୍ୟ ରାଜ୍ୟରେ ଲବି ଜୋରଦାର ହେଉଥିବା ବେଳେ ଓଡ଼ିଶାରେ ଏପରି ହୁଏ ନାହିଁ। ଓକିଲଙ୍କୁ ମାଡ଼ ହେଲେ ଏକଜୁଟ୍ ହୋଇ ଜୋରଦାର ପ୍ରତିବାଦ କରାଯାଉଛି। କିନ୍ତୁ ଓଡ଼ିଶାର ଆଇନଜୀବୀଙ୍କୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ସେଭଳି ସୁଯୋଗ ମିଳୁ ନଥିଲେ ବି ସେଭଳି ଜୋରଦାର ପ୍ରତିବାଦ ଅଥବା ଦାବି ହେଉ ନାହିଁ।
/sambad/media/post_attachments/wp-content/uploads/2021/11/IMG_20211124_180501.jpg)
ଜଷ୍ଟିସ ଡକ୍ଟର ଏସ୍. ମୁରଲୀଧର
ଓଡ଼ିଶା ହେଉଛି ଶିକ୍ଷା ଓ ସାଧନାର ମାଟି। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ବି ଭାଷା, ସାହିତ୍ୟ, କଳା, କବିତାରେ ଅତ୍ୟନ୍ତ ଦକ୍ଷ। ଏହା ସହିତ ଓଡ଼ିଶାର ଲୋକମାନେ ବି ଭଲ ମଣିଷ। ଓଡ଼ିଶାର ଯୁବ ଆଇନଜୀବୀଙ୍କ ଦକ୍ଷତା, ଉତ୍ସାହ ବି ଅତ୍ୟନ୍ତ ପ୍ରଶଂସନୀୟ।
ବାର୍ ଭିତରେ ରହି ଜଣେ ବ୍ୟକ୍ତି ଦୁନିଆକୁ ଆଇନଜୀବୀ ଭାବେ ଦେଖେ। କିନ୍ତୁ ସମାଜ ଭିତରେ ରହି ବିଚାର କରିଲା ବେଳେ ଜଣେ ବିଚାରପତି ପାଇଁ ଅନେକ ଆହ୍ବାନ ଆସେ।
ବିଚାରପତିଙ୍କ ଜୀବନରେ ସର୍ବଦା ନୂଆ ନୂଆ ଆହ୍ବାନ ଆସିଥାଏ। ଯାହା ବାର୍ରେ ଦେଖାଯାଏ, ତାହା ଉପରେ ଚୂଡ଼ାନ୍ତ ରାୟ ପ୍ରଦାନ କରିବା ଅନେକ ସମୟରେ ସମସ୍ୟାଯୁକ୍ତ ହୋଇଥାଏ। ବିଚାରପତି ହେବା ସହଜ ନୁହେଁ। କାରଣ ବିଚାରପତିଙ୍କ ଜୀବନ ଅନେକ ଅଭିଜ୍ଞତା, ବହୁ ଅଧ୍ୟୟନ, ଅନେକ ପର୍ଯ୍ୟବେକ୍ଷଣର ସମାହାର। ଏଥି ପାଇଁ ନିରନ୍ତର ସାଧନା ଆବଶ୍ୟକ।
/sambad/media/post_attachments/wp-content/uploads/2021/11/SRP_2139.jpg)
ସୌମ୍ୟରଂଜନ ପଟ୍ଟନାୟକ
ଓକିଲାତିରେ ପିତା କିମ୍ବା ଧର୍ମପିତା ନଥିଲେ ସଫଳତା ମିଳେନି ବୋଲି କୁହାଯାଏ। କିନ୍ତୁ ବିନା ଧର୍ମପିତାରେ ଯେ ଜଣେ ଓକିଲାତି ବୃତ୍ତିରେ ସଫଳ ହୋଇପାରିବ ତାହା ଜଷ୍ଟିସ ଗୋପାଳବଲ୍ଲଭ ପଟ୍ଟନାୟକ ପ୍ରମାଣିତ କରିଛନ୍ତି।
ଗଭୀର ଈଶ୍ବରବିଶ୍ବାସ ଓ କର୍ତ୍ତବ୍ୟନିଷ୍ଠା ରହିଲେ ଜଣେ ସବୁ କ୍ଷେତ୍ରରେ ସଫଳ ହୋଇ ପାରିବ।
ଜାତି, ଧର୍ମ, ଭାଷା ଭିତ୍ତିରେ ଦେଶ ଭାଗଭାଗ ହେଉଥିବା ବେଳେ ଓଡ଼ିଶା କିନ୍ତୁ ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ବିଭିନ୍ନ ଜାତି, ଭାଷା, ଧର୍ମର ଲୋକ ଏଠି ମିଳିମିଶି ରହୁଛନ୍ତି। ଏହା ସାରା ଦେଶ ପାଇଁ ଏକ ଉଦାହରଣ। ଆମପାଖେ ସମ୍ବଳ ନାହିଁ। କିନ୍ତୁ ଆମ ପାଖେ ସମୃଦ୍ଧ ଜ୍ଞାନ, ସାହିତ୍ୟ, ସଂସ୍କୃତି ରହିଛି।
/sambad/media/post_attachments/wp-content/uploads/2021/11/pustaka-unmachana-at-ravenshaw-1.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/pustaka-unmachana-at-ravenshaw-4.jpg)
