ଜନସାଧାରଣଙ୍କୁ ସୁରକ୍ଷା ସଂପର୍କିତ ସଚେତନତାର ବାର୍ତ୍ତା ବାଣ୍ଟିବ ଫାୟାର ପାର୍କ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ଫାୟାର ପାର୍କ ଉଦ୍‌ଘାଟିତ, ଅଗ୍ନିଶମ ବିଭାଗର ପୋର୍ଟାଲ ‘ଅଗ୍ନିଶମ ସେବା’ ଲୋକାର୍ପିତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମଙ୍ଗଳବାର ଫାୟାର ପାର୍କ ଉଦ୍‌ଘାଟନ ହୋଇଯାଇଛି। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପାର୍କକୁ ଉଦ୍‌ଘାଟନ କରିଛନ୍ତି।  ଓଡ଼ିଶା ଅଗ୍ନିଶମ ଓ ପ୍ରଶମନ ପ୍ରତିଷ୍ଠାନ ପରିସରରେ କରାଯାଇଥିବା ଏହି ପାର୍କ ସାଧାରଣ ଦର୍ଶକଙ୍କ ପାଇଁ ପ୍ରତି ଶନିବାର ଦିନ ୩ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ଅଗ୍ନିଶମ ବିଭାଗର ପୋର୍ଟାଲ ‘ଅଗ୍ନିଶମ ସେବା’କୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଜନ ସାଧାରଣଙ୍କୁ ସୁରକ୍ଷା ସଂପର୍କିତ ସଚେତନତା ବାର୍ତ୍ତା ଦେବାରେ ‌ଏହି ଫାୟାର ପାର୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ବିଶେଷ କରି ଛାତ୍ରଛାତ୍ରୀମାନେ ଏହି ପାର୍କରୁ ବହୁତ ଶିକ୍ଷା ପାଇପାରିବେ।

ଫାୟାର ପାର୍କର ଉଦଘାଟନ ଅବସରରେ ଅଗ୍ନିଶମ ଡ଼ିଜି କହିଛନ୍ତି, ସବୁ କ୍ଷେତ୍ରରେ ସାରା ଭାରତରେ ଓଡ଼ିଶା ଅଗ୍ନିଶମ ବିଭାଗ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଗତ ବର୍ଷରେ ଓଡ଼ିଶା ଅଗ୍ନିଶମ ବିଭାଗ ଆନ୍ଧ୍ର ପ୍ରଦେଶ, କେରଳ ଓ କୋଲକାତା ଯାଇ ସେଠାରେ ଉଦ୍ଧାର କାମରେ ନିୟୋଜିତ ହୋଇଛି। ଫାୟାର ପାର୍କ ଭାରତ ବର୍ଷରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା କରାଯାଇପାରିଛି। ଏହି ପାର୍କ ଜନସାଧାରଣଙ୍କ ପାଇଁ ପ୍ରତି ଶନିବାର ଦିନ ୩ଟା ୩୦ ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ସ୍କୁଲ ଓ କଲେଜ ଛାତ୍ର-ଛାତ୍ରୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ଅଗ୍ନିଶମ ବିଭାଗର ବିଭିନ କାର୍ଯ୍ୟ, ସଫଳତା ଆଦି ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ।

ଅଗ୍ନିଶମ ବିଭାଗର ଯୋଜନ ଅନୁସାରେ ପୁରୀ ଜିଲ୍ଲା ରାମଚଣ୍ଡୀଠାରେ ଲାଇଫ ଗାର୍ଡ ସ୍କିଲ ଜାତୀୟସ୍ତରୀୟ ଟ୍ରେନିଂ ସେଣ୍ଟର ଖୋଲାଯିବ। ସେହିପରି ଓଡିଶା ଷ୍ଟେଟ ଲାଇଭଗାର୍ଡ ଇନଷ୍ଟିଚ୍ୟୁଟ ରାମଚଣ୍ଡୀଠାରେ ସ୍ଥାପନ କରାଯିବ।

 

ସମ୍ବନ୍ଧିତ ଖବର