ସମ୍ବଲପୁର: ଲଜପତ୍ ରାୟ ଆଇନ ମହାବିଦ୍ୟାଳୟ ସମ୍ବଲପୁରର ଅଧ୍ୟକ୍ଷ ଡ. ବିଜୟାନନ୍ଦ ବେହେରାଙ୍କୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବଲପୁର ବାର୍ ଆସୋସିଏସନ୍ ସଭାପତି ସୁରେଶ୍ୱର ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟକ୍ଷ ଡ. ବେହେରା ଆଇନ୍ ମହାବିଦ୍ୟାଳୟର ଉନ୍ନତୀକରଣ ଉପରେ ମତବ୍ୟକ୍ତ କରିବା ସହ ସମାଜରେ ଆଇନର ଗୁରୁତ୍ବ ଦର୍ଶାଇ ଥିଲେ। ସୁରେଶ୍ବର ମିଶ୍ର ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦାବି ଦୋହରାଇ ଥିଲେ।

Advertisment

ଏହାକୁ କେମିତି ବିଶ୍ବବିଦ୍ୟାଳୟ କରାଯାଇପାରିବ, ସେ ଦିଗରେ ଶ୍ରୀ ମିଶ୍ର ଗୁରୁତ୍ବାରୋପ କରିଥିଲେ। ଅଧ୍ୟାପକ ଡ. ଲକ୍ଷ୍ମୀକାନ୍ତ ଦାସ, ଅଙ୍କିତ ସୌରଭ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଶୁଭଙ୍କର ପୃଷ୍ଟି, ଲାଲ୍‌ଗୋପାଳ ନନ୍ଦ, ବ୍ରଜେଶ ବେହେରା, ଅଭିନାଶ କେର୍‌କେଟା,ବିକାଶ ନାଥ ମନ୍ଦଦରୀ, ଦେବୀପ୍ରସାଦ ମିଶ୍ର, ଆକାଂକ୍ଷା ସାମନ୍ତ, ବିନିତା ଚୌଧୁରୀ, ପରିଚିତା ପଣ୍ଡା, ଚାନ୍ଦିନୀ ମିଶ୍ର, ଅବଦୁଲ ବସିଦ୍ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।