ରାୟଗଡା: ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଡଂଗାସିଲ ଆଶ୍ରମ ବିଦ୍ୟାୟରେ ଛାତ୍ରୀଙ୍କ ପ୍ରତି ହୋଇଥିବା ଦୁଷ୍କର୍ମକୁ ସବୁ ରାଜନୈତିକ ଦଳ ତରଫରୁ କ୍ଷୋଭ ପ୍ରକାଶ କରାଯିବା ସହ ତୁରନ୍ତ ପୀଡିତାକୁ ନ୍ୟାୟ ଦେବା ପାଇଁ ଦାବି ଉଠିଥିଲା। ଏହି ପରିପ୍ରେକ୍ଷୀରେ ରବିବାର ଦିନ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ପୀଡିତାଙ୍କ ଅଭିଭାବକଙ୍କ ସହ ସକ୍ଷାତ କରି ଘଟଣା ସଂପର୍କରେ ପଚାରି ବୁଝିଥିଲେ।ପୀଡିତାର ପରିବାରକୁ ଆଶ୍ବାସନା ଦେବା ସହ ଯଥାସମ୍ଭବ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପୀଡିତାଙ୍କୁ ସାକ୍ଷାତ ସମୟରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଉପସ୍ଥିତ ରହି ପୀଡିତାଙ୍କୁ କିପରି ନ୍ୟାୟ ଓ କ୍ଷତିପୂରଣ ମିଳିବ ସେନେଇ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ପୀଡ଼ିତା ଏବେ ମେଡିକାଲରେ ଚିକିତ୍ସିତ ହେଉଥିବା ଜାଣିବା ପରେ ମନ୍ତ୍ରୀ ଓ ବିଧାୟକ ମେଡିକାଲ ଯାଇ ତାଂକୁ ଦେଖା କରିବେ ବୋଲି କହିଥିଲେ।
ଡଂଗାସିଲ ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଆଇନ ମନ୍ତ୍ରୀ
/sambad/media/post_attachments/wp-content/uploads/2023/10/Rgda-minister-meet-pidita-parents-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)