ରଥଯାତ୍ରା ଦିନ ଜଗନ୍ନାଥ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶକୁ ବାରଣ କରାଯାଇଛି: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ବର: ରଥଯାତ୍ରାରେ ଶୃଙ୍ଖଳା ଓ ମହିଳା ସୁରକ୍ଷାକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି। ଏଥିଲାଗି କରାଯାରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କ ପ୍ରବେଶକୁ ବାରଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତାକାଲି ଏନେଇ ପୁରୀରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ସମସ୍ତଙ୍କ ମତାମତକୁ ନେଇ ମହାପ୍ରଭୁଙ୍କ ଶୃଙ୍ଖଳିତ ରଥଯାତ୍ରା ସମାପନ ପାଇଁ ଉଦ୍ୟମ ଚାଲିଛି। ରଥଯାତ୍ରା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଆଇନଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ

ଏହାସହ କଟକରେ ନକଲି ବିଦେଶୀ ମଦ ତିଆରି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ଅବକାରୀ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ କଟକ ନୁହେଁ, ସାରା ରାଜ୍ୟରେ ନକଲି ମଦ କାରବାର ଉପରେ ନଜର ରଖି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ।

ସମ୍ବନ୍ଧିତ ଖବର