ଗୃହରେ ଜଗନ୍ନାଥଙ୍କ ଜମି ଜବରଦଖଲ ପ୍ରସଂଗରେ ଉତ୍ତର ରଖିଲେ ଆଇନମନ୍ତ୍ରୀ

 ଭୁବନେଶ୍ବର: ବିଧାନସଭାରେ  ଜଗନ୍ନାଥଙ୍କ ଜମି ଜବରଦଖଲ ପ୍ରସଂଗରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଲିଖିତ ଆକାରରେ ଜଣାଇଛନ୍ତି କି ‘ଶ୍ରୀଜୀଉଙ୍କର ଏ.୬୧୩, ୪୧୭ ପରିମିତ ଜମିକୁ ବେଆଇନ୍ ଭାବେ ଅବରୋଧ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନର ଧାରା-୧୬-ଏ(ଆଇ)ରେ ବର୍ଣ୍ଣିତ ବ୍ୟବସ୍ଥାନୁଯାୟୀ ସମ୍ପୃକ୍ତ ତହସିଲଦାରଙ୍କ ଇଜିଲାସରେ ବେଆଇନ ଅବରୋଧକାରୀଙ୍କ ବିରୁଦ୍ଧରେ ମୋଟ ୯୬୬ ଗୋଟି ଅବରୋଧ ମୋକଦ୍ଦମା ଦାଏର କରାଯାଇଅଛି । ଏହା ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ  ଅଧୀନସ୍ଥ ଶ୍ରୀଜୀଉଙ୍କର ୩.୪୪୮,୪୦୬ ପରିମିତ ଜମିକୁ ଜବରଦଖଲମୁକ୍ତ କରାଯାଇଅଛି।

ଓଡ଼ିଶା ଭିତରେ ଓ ଓଡ଼ିଶା ରାଜ୍ୟ ବାହାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମୋଟ୍ ୬୦,୮୨୨.୧୯୫ ଏକର ପରିମିତ ଜମି ରହିଥିବାର ତଥ୍ୟ ସଂଗ୍ରହ କରାଯାଇଛି। ତନ୍ମଧ୍ୟରୁ ଅଦ୍ୟାବଧି ଏ.୩୫,୩୨୧,୪୩୩ ପରିମିତ ଜମିର ସଂଶୋଧିତ ସ୍ଵତ୍ତ୍ଵଲିପି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି।’

ସମ୍ବନ୍ଧିତ ଖବର