ଭୁବନେଶ୍ବର: ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ। ଏନେଇ ଆଜି  ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି। ଆଜି ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପରୋକ୍ତ ସୂଚନା  ଦେଇଛନ୍ତି। ଏହା ସହ ସେ କହିଛନ୍ତି, ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବନି। ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ।ଠିକ୍ ସେହିପରି ଚୋରା ମଦ କାରବାର ନେଟୱାର୍କର ମୂଳୋତ୍ପାଟନ କରାଯିବ।

Advertisment

ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ ବୋଲି ବି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।