ଆଇନ ଅଧିକାରୀଙ୍କୁ ନ୍ୟାୟ କେବେ?

୧୭ ବର୍ଷର ଆଇନଗତ ସଂଘର୍ଷ

ଭୁବନେଶ୍ବର : ଦୀର୍ଘ ୧୭ ବର୍ଷର ଆଇନ ସଂଘର୍ଷ ପରେ ସଚିବାଳୟର ବିଭିନ୍ନ ବିଭାଗରେ (ଆଇନ ବିଭାଗକୁ ଛାଡ଼ି) କାର୍ଯ୍ୟରତ ଆଇନ ଅଧିକାରୀ (ଏଲ୍‌ଓ)ମାନେ ନିଜ କ୍ୟାଡ଼ର ଭିତ୍ତିରେ ଅନୁସଚିବ (ଅଣ୍ତର ସେକ୍ରେଟାରୀ) ପାହ୍ୟାକୁ ପଦୋନ୍ନତି ନିମନ୍ତେ ହକ୍‌ଦାର ବୋଲି ହାଇକୋର୍ଟ ଗତ ଅଗଷ୍ଟ ପହିଲାରେ ରାୟ ଦେଇଛନ୍ତି। ତିନି ମାସ ମଧୢରେ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ସେମାନଙ୍କ ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ରାୟରେ କୁହାଯାଇଛି। ଇତିମଧୢରେ ଦୁଇ ମାସ ଅତିକ୍ରାନ୍ତ ହେଲାଣି, ହେଲେ ଡିପିସି ଡକାଯାଇ ନାହିଁ। ତେଣୁ ନିୟମଗତ ପାତର-ଅନ୍ତର ପାଇଁ ପଦୋନ୍ନତିରୁ ବଞ୍ଚିତ ଆଇନ ଅଧିକାରୀମାନେ କେବେ ନ୍ୟାୟ ପାଇବେ,ତାହା ସନ୍ଦେହ ଘେରରେ। ସୂଚନାଯୋଗ୍ୟ, ୧୭ ବର୍ଷର ଆଇନଗତ ସଂଘର୍ଷ ରାୟ ପ୍ରକାଶ ପାଇବା ପୂର୍ବରୁ ୧୧ ଜଣ ସହକାରୀ ଲ’ ଅଫିସର (ଏଏଲ୍‌ଓ) ବିନା ପଦୋନ୍ନତିରେ ଅବସର ଗ୍ରହଣ କରିଛନ୍ତି। ଆଉ ଦୁଇ ଜଣ ହତଭାଗ୍ୟ ଇତିମଧୢରେ ମୃତ୍ୟୁବରଣ କରିଥିବା ବେଳେ ଜଣେ ମହିଳା ଏଏଲ୍‌ଓ କାର୍ଯ୍ୟରୁ ବହିଷ୍କୃତ ହୋଇଛନ୍ତି।

ଅନ୍ୟ ପକ୍ଷରେ ୨୦୦୧ର ସଂଶୋଧିତ ନିୟମ ଅନୁଯାୟୀ ଜଣେ ଏଏଲ୍‌ଓ ଏବଂ ଜଣେ ଏଲ୍‌ଓ ସମସାମୟିକ କମନ୍‌ କ୍ୟାଡ଼ର ପ୍ରାର୍ଥୀଙ୍କ ପଦୋନ୍ନତି ସର୍ତ୍ତରେ ଯଥାକ୍ରମେ ଅନୁସଚିବ ଓ ଉପସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଆଇନ ବିଭାଗକୁ ଛାଡ଼ି ଅନ୍ୟାନ୍ୟ ବିଭାଗରେ ମାତ୍ର ୮ ଜଣ ଆଇନ ଅଧିକାରୀ କାର୍ଯ୍ୟରତ। ସେମାନଙ୍କ ମଧୢରୁ ୭ ଜଣ ୧୦ ବର୍ଷ ଚାକିରି କାଳ ପୂରଣ କରିଥିବାରୁ ଓଡ଼ିଶା ସଚିବାଳୟ ସେବା (ଓଏସ୍‌ଏସ୍‌) ନିୟମ- ୧୯୮୦ ଅନୁଯାୟୀ ପଦୋନ୍ନତି ଅପେକ୍ଷାରେ ପଡ଼ି ରହିଛନ୍ତି। ଓଏସ୍‌ଏସ୍‌ ନିୟମ-୧୯୮୦ ସଚିିବାଳୟର ସାଧାରଣ କ୍ୟାଡ଼ର ଭାବେ ଯୋଗଦେଇ ୫ ବର୍ଷ ପୂରଣ କରିଥିବା ତତ୍‌କାଳୀନ ବରିଷ୍ଠ ସହକାରୀ (ପରେ ସେକ୍ସନ୍‌ ଅଫିସର ଲେଭଲ୍‌-୨) ଯଦି ଆଇନ ଡିଗ୍ରୀ ହାସଲ କରିଥିବେ, ତେବେ ସେମାନଙ୍କୁ ନିର୍ଦ୍ଦିଷ୍ଟ ୟନ ପ୍ରକ୍ରିୟା ଜରିଆରେ ଏଏଲ୍‌ଓ ଭାବେ ନିଯୁକ୍ତ କରାଯାଇଥାଏ। ଏଏଲ୍‌ଓ ଏବଂ ଏଲ୍‌ଓ ଭାବେ ୧୦ ବର୍ଷ ପୂରଣ କରିଥିବା ପ୍ରାର୍ଥୀଙ୍କୁ ଡିପିସି ଜରିଆରେ ଅନୁସଚିବ ପାହ୍ୟାକୁ ପଦୋନ୍ନତି ମିଳିଥାଏ। ଅନୁରୂପ ଭାବେ ସେକ୍ସନ ଅଫିସର ଲେଭଲ୍‌-୨ ଓ ସେକ୍ସନ୍‌ ଅଫିସର-୧ (ଏବେ ଡେସ୍କ ଅଫିସର) ଭାବେ ୧୦ ବର୍ଷ ପୂରଣ କରିଥିବା ପ୍ରାର୍ଥୀ ଅନୁସଚିିବ ପାହ୍ୟାକୁ ପଦୋନ୍ନତି ପାଇଥାନ୍ତି। ୨୦୦୧ରେ ସରକାର ଓଏସ୍‌ଏସ୍‌ ନିୟମର ନିର୍ଦ୍ଦିଷ୍ଟ ଧାରା ସଂଶୋଧନ କରି ଏହି ପଦୋନ୍ନତି ସର୍ତ୍ତକୁ ପରିବର୍ତ୍ତନ କରିଥିଲେ। ପରିବର୍ତ୍ତିତ ନିୟମରେ ଦର୍ଶାଗଲା ଯେ ସେକ୍ସନ ଅଫିସର ଲେଭଲ୍‌-୨ ଓ ସେକ୍ସନ୍‌ ଅଫିସର-୧ ଭାବେ ୭ ବର୍ଷ ଚାକିରି କାଳ ପୂରଣ କରିଥିବା ବ୍ୟକ୍ତି ଅନୁସଚିବ ପାହ୍ୟାକୁ ପଦୋନ୍ନତି ପାଇବେ। ମାତ୍ର ସେହି ପାହ୍ୟାକୁ ପଦୋନ୍ନତି ନିମନ୍ତେ ଏଲ୍‌ଓ ଏବଂ ଏଲ୍‌ଓଙ୍କ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସର୍ତ୍ତ ରହିଲା ନାହିଁ। ବରଂ କମନ୍‌ କ୍ୟାଡ଼ର‌୍‌ରୁ ଏଏଲ୍‌ଓ ଏବଂ ପରେ ଏଲ୍‌ଓ ହୋଇଥିବା ବ୍ୟକ୍ତିଙ୍କୁ ସେମାନଙ୍କ ସମସାମୟିକ କମନ୍‌ କ୍ୟାଡ଼ର‌୍‌ଙ୍କ ପଦୋନ୍ନତି ଯାଏ ଅପେକ୍ଷା କରିବାକୁ ପଡ଼ିବ। ଯେହେତୁ କମନ୍‌ କ୍ୟାଡ଼ରରୁ ଏଏଲ୍‌ଓ ୟନ ହେବା ମାତ୍ରେ ସେମାନେ ପୃଥକ କ୍ୟାଡ଼ର ଭାବେ ବିବେଚିତ ହୋଇଥାନ୍ତି, ତେଣ ୁ ସେମାନଙ୍କ ପଦୋନ୍ନତି ନିୟମ ପୃଥକ ହେବା କଥା। ମାତ୍ର ଓଏସ୍‌ଏସ୍‌ ନିୟମର ସଂଶୋଧିତ ଧାରା ୫ ଓ ୭ରେ ଆରୋପିତ ସର୍ତ୍ତରେ ଆଇନ ଅଧିକାରୀମାନଙ୍କୁ କମନ୍‌ କ୍ୟାଡ଼ରଙ୍କ ପଦୋନ୍ନତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯିବାରୁ ଏହି ପାତର-ଅନ୍ତର ନୀତିକୁ ସେମାନେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ଓଏଟି)ରେ ୍ୟାଲେଞ୍ଜ କରିଥିଲେ। ଓଏଟି ସମସ୍ତ ପିଟିସନ୍‌ର ଏକତ୍ର ଶୁଣାଣି କରି ଦୀର୍ଘ ୧୦ ବର୍ଷ ପରେ (୨୦୧୧ ମେ’ ୧୨)ରେ ରାୟ ଶୁଣାଇଥିଲେ।

ଓଏସ୍‌ଏସ୍‌ ନିୟମର ସଂଶୋଧିତ ଧାରା ୫ ଓ ୭କୁ ପାତର-ଅନ୍ତର ଦର୍ଶାଇବା ସହ ଏହା ଆଇନ ଅଧିକାରୀଙ୍କ ପଦୋନ୍ନତି ସମ୍ଭାବନାକୁ ସଂକୁଚିତ କରୁଛି ବୋଲି ଓଏଟି ରାୟ ଦେଇଥିଲେ ମଧୢ ଏହି ଧାରା ଦ୍ବୟକୁ ଖାରଜ କରିନଥିଲେ। ବରଂ ଅନୁସଚିବ ପାହ୍ୟାକୁ ପଦୋନ୍ନତି କ୍ଷେତ୍ରରେ ଆଇନ ଅଧିକାରୀଙ୍କ ପାଇଁ କୋଟା ଧାର୍ଯ୍ୟ କରିବାକୁ ରାୟରେ ପରାମର୍ଶ ଦିଆଯାଇଥିଲା। ଏହି ରାୟରେ ଆବେଦନକାରୀଙ୍କୁ ଆଶ୍ବସ୍ତ କରିବା ଭଳି ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ନଥିବାରୁ ସେମାନେ ହାଇକୋର୍ଟରେ ତାହାକୁ ୍ୟାଲେଞ୍ଜ କରିଥିଲେ। ୨୦୧୪ ଜାନୁଆରି ୩ରେ ହାଇକୋର୍ଟ ଓଏଟି ରାୟକୁ ଆଧାର କରି ଅନୁରୂପ ରାୟ ପ୍ରଦାନ କରିଥିଲେ। ଶେଷରେ ଆଇନ ଅଧିକାରୀମାନେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୪ ଅଗଷ୍ଟ ୪ରେ ସୁପ୍ରିମ୍‌ କୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ ଯେ ଏହି ମାମଲାରେ ହାଇକୋର୍ଟ ଓଏଟି ରାୟକୁ ଆଧାର କରିଥିବା ବେଳେ ନିଜସ୍ବ ଚିନ୍ତାଧାରା ପ୍ରୟୋଗ କରିନାହାନ୍ତି। ତେଣୁ ହାଇକୋର୍ଟ ଏହାର ପୁନଃଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ପରାମର୍ଶ ଦେଇଥିଲେ। ଦୀର୍ଘ ୪ ବର୍ଷ ପରେ ଗତ ଅଗଷ୍ଟ ପହିଲାରେ ଜଷ୍ଟିସ୍‌ ସଞ୍ଜୁ ପଣ୍ତାଙ୍କ ଖଣ୍ତପୀଠ ମାମଲାର ୂଡ଼ାନ୍ତ ରାୟ ଶୁଣାଇ ସରକାର ୩ ମାସ ମଧୢରେ ଡିପିସି ଜରିଆରେ ଆଇନ ଅଧିକାରୀଙ୍କ ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୧ର ସଂଶୋଧିତ ନିୟମ ବେଳକୁ ଖାଲି ପଡ଼ିଥିବା ୨୧ଟି ଅନୁସଚିିବ ପଦ ଏବଂ ପରବର୍ତ୍ତୀ ସମୟରେ ଖାଲି ପଡିଥିବା ପଦଗୁଡ଼ିକୁ ମିଶାଇ ସେମାନଙ୍କ ପଦୋନ୍ନତି ପ୍ରକ୍ରିୟା ସମ୍ପନ୍ନ କରିବାକୁ ରାୟରେ କୁହାଯାଇଛି। ହାଇକୋର୍ଟଙ୍କ ସଦ୍ୟ ରାୟ ଆଧାରରେ ସମ୍ଭାବ୍ୟ ପଦୋନ୍ନତି ପାଇଁ ଯଦି ଡିପିସି ସମୀକ୍ଷା କରନ୍ତି, ତେବେ ୨୦୦୧ ସଂଶୋଧିତ ନିୟମ ଅନୁଯାୟୀ ପଦୋନ୍ନତି ପାଇଥିବା ଜଣେ ଉପସଚିିବ, ଜଣେ ଅନୁସଚିିବଙ୍କୁ ମିଶାଇ ମୋଟ ୯ ଜଣ ଆଇନ ଅଧିକାରୀଙ୍କ ବରଷ୍ଠିତା ଓ ଦକ୍ଷତାର ସମୀକ୍ଷା ହେବ। ସମ୍ଭାବ୍ୟ ପରିସ୍ଥିତିରେ ଉପରୋକ୍ତ ୯ ଜଣ ଯାକ ଆଇନ ଅଧିକାରୀ ଅନୁସଚିିବ କିମ୍ବା ତଦୁର୍ଧ୍ବ ପାହ୍ୟାକୁ ଉନ୍ନୀତ ହେବେ। ପଦୋନ୍ନତି ବିନା ଅବସରଗ୍ରହଣ କରିଥିବା ୧୧ ଜଣଙ୍କ ମଧୢରୁ ୯ଜଣଙ୍କୁ କାଳ୍ପନିକ (ନୋସନାଲ୍‌) ପଦୋନ୍ନତି ମିଳିବ। ଅର୍ଥାତ ସେମାନେ ଅନୁସଚିବ ପାହ୍ୟାରୁ ଅବସର ନେଇଥିବା ଧରିନେବାକୁ ହେବ। ପାତର-ଅନ୍ତର ଯୋଗୁଁ ଖୋଦ୍‌ ଆଇନ ଅଧିକାରୀମାନେ ଯଦି ବର୍ଷ ବର୍ଷ ଧରି ନ୍ୟାଯ୍ୟ ପଦୋନ୍ନତିରୁ ବଞ୍ଚିତ ହୁଅନ୍ତି, ତେବେ ସଚିିବାଳୟ କର୍ମଚାରୀଙ୍କ ପଦୋନ୍ନତି ପ୍ରକ୍ରିୟା କେତେ ସ୍ବଚ୍ଛ, ତାହା ଅନୁମାନ କରାଯାଇପାରେ।

ସମ୍ବନ୍ଧିତ ଖବର