ପାଇକମାଳରେ ଆଇନ୍‌ଶୃଙ୍ଖଳା ହୁଗୁଳା: ଦୁଷ୍କର୍ମ, ହତ୍ୟା ପରିସଂଖ୍ୟାନ ଶୀର୍ଷରେ

ବରଗଡ଼ : ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ୍‌ରେ ଆଇନ୍‌ଶୃଙ୍ଖଳା ହୁଗୁଳା ଥିବା ଭଳି ମନେ ହେଉଛି। କାରଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଏହା ଜିଲ୍ଲାର ଅନ୍ୟ ବ୍ଲକ୍‌ ଗୁଡ଼ିକରୁ ଉପରେ ରହିଛି। ସଦ୍ୟ ଭାବେ ଭୁବନେଶ୍ୱରପୁର ପଞ୍ଚାୟତର ଯୋଗେନ୍ଦ୍ରନାଥପୁର ଗ୍ରାମର କୌଶଲ୍ୟା (୮ବର୍ଷ) ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ହୋଇନାହିଁ। ପୁଲିସ୍‌ କିଛି ଲୋକଙ୍କୁ ଜେରା କରିଥିଲେ ହେଁ ଠୋସ୍‌ ସୁରାକ୍‌ ଜୁଟାଇ ପାରିନଥିବା ଅଭିଯୋଗ ହୋଇଛି। ମାମଲାର ତଦନ୍ତ ବିଳମ୍ବ ହେଉଥିବାରୁ ଏଣେ ବିଭିନ୍ନ ସଂଗଠନ ଆନ୍ଦୋଳନ କରିବାକୁ ଖୋଲା ଚେତାବନୀ ଦେଇ ସାରିଲେଣି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମାମଲାର ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ୍‌ ଦମ୍ଭୋକ୍ତି ପ୍ରକାଶ କରିଥିଲା। ଏପରିକି ଡିଆଇଜି ଏବଂ ଏସ୍‌ପି ଘଟଣାସ୍ଥଳକୁ ଯାଇ ତନାଘନା କରିଥିଲେ। ହେଲେ ଦିନ ପରେ ଦିନ ବିତି ଯାଉଥିଲେ ହେଁ ଏହି ମାମଲା ଅଛିଣ୍ଡା ହୋଇ ରହିଛି।
ସେହିପରି ଗତବର୍ଷ ପାଇକମାଳ ଥାନା ଇଲାକାରେ ଗୁଡ଼ାଏ ସମ୍ବଦନଶୀଳ ଘଟଣା ଘଟିଥିଲା।

ଏହାଧିକ ଦୁଷ୍କର୍ମ ପରେ ହତ୍ୟା ମାମଲା ଘଟିଥିଲା। ଅବଶ୍ୟ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିଥିଲା, କିନ୍ତୁ ପାଇକମାଳରେ ଅପରାଧରେ ରୋକ୍‌ ଲାଗିନାହିଁ। ଗତ ଜୁନ୍‌ ମାସରେ ଚୁହାପାଲି ସ୍ଥିତ କ୍ରସର ପରିସରରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା। ଏଥିରେ କ୍ରସର ମାଲିକ ଏବଂ ସହଯୋଗୀ ଗିରଫ ହୋଇଥିଲେ। ସେହି ମାସରେ କେଛୋଦାଦର ପଞ୍ଚାୟତ ଟେମରି ଛେଲିଆମାଲ ସିମା ଜମାନଲି ଝରଣ ପାଖରେ ଜ‌େଣ ଯୁବତୀଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଯୁବତୀ ଜଣକ ତପସ୍ବୀନି ନାଏକ (୧୯)। ତପସ୍ବିନୀ କ୍ଷେତକୁ ଟୋଲ ଗୋଟାଇବା ପାଇଁ ଯାଇଥିବା ବେଲେ ପ୍ରେମିକ ତରଣୀ ମହାକୁର ସେଠାକୁ ଯାଇଥିଲା। ଦୁହିଁଙ୍କ ଭିତରେ ବଚସା ପରେ ସେ ଟାଂଗିଆରେ ତପସ୍ବିନୀଙ୍କୁ ହତ୍ୟା କରିଥିଲା। ସେହିପରି ଗତବର୍ଷ ଝିଟିକି ପଞ୍ଚାୟତ ପଥରେଲ ଜଣେ ନାବାଳିକାକୁ ସେହି ଗ୍ରାମର ଯୁବକ ଦୁଷ୍କର୍ମ କରିଥିଲା। ସେହି ଗ୍ରାମର ପିଣ୍ଟୁ ଅମରି (୨୫) ଏହି ମାମଲାରେ ଗିରଫ ହୋଇଥିଲା। ପିଣ୍ଟୁ, ତାର ମା’ କସ୍ତୁରୀ ଅମରୀ ଓ ସହଯୋଗୀ ପିଲାଲାଲ ଏଣ୍ତଜା ଏହି ମାମଲାରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର