ବାଲେଶ୍ବର : ନ୍ୟାସନାଲ କ୍ରିକେଟ୍ ଏକାଡେମୀ(ଏନ୍ସିଏ)କୁ ମନୋନୀତ ହୋଇଛନ୍ତି ବାଲେଶ୍ବରର ଏସ୍ ବି ଲୋରେନ୍ସ(୧୬)। ସାରା ଭାରତବର୍ଷରେ ବିଭିନ୍ନ ରାଜ୍ୟରୁ କ୍ରିକେଟ୍ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଏଥିରୁ ୧୯ ବର୍ଷରୁ କମ୍ ମହିଳା ଭାରତୀୟ ଦଳ ଚୟନ କରାଯିବ। ଓଡ଼ିଶାରୁ ୫ ଜଣ ଖେଳାଳି ଏହି କ୍ୟାମ୍ପ୍ ପାଇଁ ମନୋନୀତ ହୋଇଥିବା ବେଳେ ବାଲେଶ୍ବରରୁ ଲୋରେନ୍ସ ସ୍ଥାନ ପାଇଛନ୍ତି। ବର୍ତ୍ତମାନ ଲୋରେନ୍ସ କଟକ ବାରବାଟୀରେ ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏଁ ଓସିଏ(ଓଡ଼ିଶା କ୍ରିକେଟ୍ ଏକାଡେମୀ) ପକ୍ଷରୁ ଆୟୋଜିତ ମ୍ୟାଚ୍ ଖେଳିବେ। ଏହା ପରେ ୧୫ ତାରିଖରୁ ବାଙ୍ଗାଲୁରୁ ଯାଇ ସେଠାରେ ଏନ୍ସିଏରେ ପ୍ରଶିକ୍ଷଣ ନେବେ। ଏବେ ଏନ୍ସିଏର ମୁଖ୍ୟ ଅଛନ୍ତି ପ୍ରଖ୍ୟାତ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ। ତେଣୁ ଏନ୍ସିଏରେ ପ୍ରଶିକ୍ଷଣ ନେବା ଲୋରେନ୍ସଙ୍କ ଭଳି ଯୁବ ପ୍ରତିଭାଙ୍କ ପାଇଁ ବହୁତ ବଡ଼ ଉପଲବ୍ଧି ହେବ।
/sambad/media/post_attachments/wp-content/uploads/2022/05/ea310d80-8d22-4ba7-8b55-36e87427b806.jpg)
ମାନସିଂ ବଜାର ଅଞ୍ଚଳର ବିଶ୍ବଜିତ୍ ଦେ ଓ ମା’ ସଂଘମିତ୍ରା ଦେଙ୍କ ସାନଝିଅ ହେଉଛନ୍ତି ଲୋରେନ୍ସ। ପିଲାଟି ଦିନରୁ ତାଙ୍କର କ୍ରିକେଟ୍ ପ୍ରତି ରୁଚି ରହିଥିଲା। ପରିବାର ଲୋକେ ତାଙ୍କର ଆଗ୍ରହ ଦେଖି ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଥିଲେ। ବାଲେଶ୍ଵର କ୍ରିକେଟ୍ ଏକାଡେମୀର କୋଚ୍ ଦିଲ୍ଲୀପ କୁମାର ଦାସଙ୍କ ନିକଟରେ ସେ ପ୍ରଶିକ୍ଷଣ ନେଇଥିଲେ। ତାଙ୍କର ବଡ଼ ଭଉଣୀ ଏସ୍.ବି ସିମରନ୍ ବି ଜଣେ କ୍ରିକେଟର। ଜଣେ ଭଲ ବ୍ୟାଟ୍ସମେନ ଭାବେ ଜଣାଶୁଣା ସିମରନ ରାଜ୍ୟ ପାଇଁ ଖେଳି ସାରିଛନ୍ତି। ଆଉ ତାଙ୍କ ପଦାଙ୍କ ଅନୁସରଣ କରିଥିବା ଲୋରେନ୍ସ ଫକୀରମୋହନ କଲେଜରେ ପଢିବା ସହ ପ୍ରତିଦିନ କ୍ରିକେଟ୍ ଅଭ୍ୟାସ କରିଥାନ୍ତି। ବାମହାତୀ ବ୍ୟାଟିଂ ଓ ସ୍ପିନ୍ ବୋଲିଂ କରୁଥିବା ଲୋରେନ୍ସ ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ନିଜ ଆଦର୍ଶ ମାନନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/48d3625e-7b21-4dbe-8dbd-4ef7c738fa91.jpg)