ପରଲୋକରେ ଆଇନଜୀବୀ ଆଶୁତୋଷ କାନୁନ୍‌ଗୋ

ଭୁବନେଶ୍ୱର : ବିଶିଷ୍ଟ ଆଇନଜୀବୀ ଆଶୁତୋଷ କାନୁନ୍‌ଗୋଙ୍କର ପରଲୋକ ହୋଇଯାଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। କଟକର ବଙ୍ଗାଳିସାହିସ୍ଥିତ ତାଙ୍କ ବାସଭବନରେ ସେ ଜୁଲାଇ ପହିଲାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ପତ୍ନୀ ଆଶା, କନ୍ୟା ଶ୍ରଦ୍ଧା ଓ ଶ୍ୱେତା ଶେଷ ସମୟରେ ଉପସ୍ଥିତ ଥିଲେ। ଶ୍ରୀ କାନୁନ୍‌ଗୋଙ୍କ ମୃତ୍ୟୁ ପରେ କଟକ ତଥା ଭୁବନେଶ୍ୱର ଆଇନଜୀବୀ ମହଲରେ ଶୋକର ଛାୟା ଖେଳି ଯାଇଛି। ଆଇନ ସେବା ଛଡ଼ା, ଶ୍ରୀ କାନୁନ୍‌ଗୋ ଅନେକ ପତ୍ରପତ୍ରିକା ଓ ସାଂସ୍କୃତିକ ସଂସ୍ଥାରେ ଜଡ଼ିତ ଥିଲେ। ସେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧିତ ଖବର