ବାଲୁଗାଁ: ବାଣପୁରସ୍ଥିତ ପଲଟଣ ପଡ଼ିଆରେ ଓକିଲ ସଂଘର ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି। ଏହି ଅବସରରେ ସଂଘର ସଭାପତି ବୃନ୍ଦାବନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାଣପୁର ସବ୍ଜଜ୍ ମାନ୍ୟବର ବିଚାରପତି ଶିବପ୍ରସାଦ ମିଶ୍ର ମୁଖ୍ୟ ଅତିଥି, ବାଣପୁର ପ୍ରଥମଶ୍ରେଣୀ ମାନ୍ୟବର ବିଚାରପତି ରୋଜି ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦଳିତ, ନିଷ୍ପେସିତ ଜନସାଧାରଣଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ବେଦପାଠ କରାଯିବା ପରେ ସଂଘ ସଂପାଦକ ଜଗନ୍ନାଥ ଭୋଳ ବାର୍ଷିକ ବିବରଣୀ, ସହ-ସଂପାଦକ ନରେନ୍ଦ୍ର ନାୟକ ଅତିଥି ପରିଚୟ ଦେଇଥିଲେ। ଉପସଭାପତି ମହେନ୍ଦ୍ର ପ୍ରସାଦ ସାମନ୍ତସିଂହାର ଧନ୍ୟବାଦ ଦେଇଥିଲେ।
ବାଣପୁର ଓକିଲ ସଂଘର ବାର୍ଷିକ ଉତ୍ସବ
/sambad/media/post_attachments/wp-content/uploads/2017/11/balugaon-1.jpg)