ଆଇନଜୀବୀଙ୍କୁ ଆକ୍ରମଣ ମାମଲା: ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ

କଟକ : କେନ୍ଦୁଝରରେ ଆଇନଜୀବୀଙ୍କୁ ପୁଲିସ ଆକ୍ରମଣ ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଛି। ଆଇନଜୀବୀ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ, ଜୁନ୍ ୯ରେ କେନ୍ଦୁଝରର ଜଣେ ଆଇନଜୀବୀ ସକାଳ ସାଢେ ୬ଟା ସମୟରେ ଅଦାଲତକୁ ଯାଉଥିବା ବେଳେ ତାଙ୍କୁ ତାଙ୍କୁ ଜଣେ ପୁଲିସ ଅଧିକାରୀ ଲାବଣ୍ୟଲଜ୍ ଛକରେ ଅଟକାଇଥିଲେ। ସେ ଗାଡି ରଖିବା ସମୟରେ ପୁଲିସ ଅଧିକାରୀ ଜଣକ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ପରେ ଅନ୍ୟ ଆଇନଜୀବୀମାନେ କୋର୍ଟକୁ ଯିବାକୁ ଭୟ କରୁଛନ୍ତି। ଏହା ମଧ୍ୟ ହାଇକୋର୍ଟଙ୍କ ମେ୧ର ନିର୍ଦ୍ଦେଶ ଉଲ୍ଲଂଘନ ହୋଇଛି। ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ କରାଯାଉ। ଏଥି ସହିତ କଟକଣା ସମୟରେ ଆଇନଜୀବୀ, ମୋହରିର, ଟାଇପିଷ୍ଟ, ଷ୍ଟାମ୍ପ ଭେଣ୍ଡରଙ୍କୁ ପରିଚୟପତ୍ର ଦେଖି ଅଦାଲତକୁ ଯିବା ଆସିବା ପାଇଁ ଅନୁମତି ଦେବା ଲାଗି ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର