କଟକ/ଚୌଦ୍ବାର-ମଙ୍ଗୁଳି : ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଯୋଗୁ ହାଇକୋର୍ଟ ସମେତ ନିମ୍ନ ଅଦାଲତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଆଇନଜୀବୀଙ୍କ କୋର୍ଟ କାର୍ଯ୍ୟ ବର୍ଜନ ଯୋଗୁ ଅଦାଲତି କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇ ଯାଇଛି। ୩୯ ଦିନ ଧରି ଚାଲିଥିବା ଏପରି ଆନ୍ଦୋଳନ ଯୋଗୁ ଚୌଦ୍ବାର ସର୍କଲ ଜେଲରେ ବିଚାରାଧୀନ ବନ୍ଦୀଙ୍କ ସ˚ଖ୍ୟା ବୃଦ୍ଧି ପାଇ ୧୨୦୦ରୁ ଅଧିକ ହୋଇଛି। ଚୌଦ୍ବାର ଜେଲରେ ୭୨୮ ଜଣ ବନ୍ଦୀ ରହିବା କଥା। କିନ୍ତୁ ଅଧିକା˚ଶ ସମୟରେ ଏହି ଜେଲରେ ନିର୍ଦ୍ଧାରିତ ସ˚ଖ୍ୟରୁ ଆଉ ପ୍ରାୟ ଅଢେଇ ଶହ ବନ୍ଦୀ ଅଧିକ ରହୁଛନ୍ତି। ଜେଲ କର୍ତ୍ତୃପକ୍ଷ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବ୍ୟବସ୍ଥା କରିଥାନ୍ତି। ଶନିବାର ଦିନ ସକାଳେ ମିଳିଥିବା ସୂଚନା ଅନୁସାରେ ଚୌଦ୍ବାର ଜେଲରେ ୧୨୦୨ ଜଣ ବନ୍ଦୀ ରହିଛନ୍ତି। ଜେଲ ଅଧୀକ୍ଷକ ରବୀନ୍ଦ୍ରନାଥ ସ୍ବାଇଁ କହିଛନ୍ତି ଯେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ବିଚାରାଧୀନ ବନ୍ଦୀଙ୍କ ସ˚ଖ୍ୟା ବଢିଛି।
ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଅଦାଲତରେ ଗିରଫ ହେଉଥିବା ବ୍ୟକ୍ତିଙ୍କ ପକ୍ଷରୁ ଜାମିନ ଦାୟର କରାଯାଇ ପାରୁନାହିଁ। ଏଥି ସହିତ ହାଇକୋର୍ଟ, ଜିଲ୍ଲା ଅଦାଲତ ଓ ଅନ୍ୟ ଅଦାଲତରେ ବିଚାରାଧୀନ ନିୟମିତ ଜାମିନ ଆବେଦନ ଗୁଡିକର ଶୁଣାଣି ମଧୢ ହୋଇ ପାରୁ ନାହିଁ। ଏପରି ପରିସ୍ଥିତି ଯୋଗୁ ଛୋଟ ମୋଟ ଅପରାଧିକ ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ମଧୢ ଜାମିନ ପାଇ ନ ପାରି ଜେଲରେ ରହିବାକୁ ବାଧୢ ହେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/lawyer-strike.jpg)