ଭୁବନେଶ୍ବର : ପ୍ରଦେଶ କଂଗ୍ରେସ ଆଇନଜୀବୀ ପ୍ରକୋଷ୍ଠର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ କର। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଏଆଇସିସି ଆଇନ ପ୍ରକୋଷ୍ଠ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ବିବେକ ଟାଙ୍ଖା ଶ୍ରୀ କରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଜଣେ ବରିଷ୍ଠ ଆଇନଜୀବୀ ଭାବରେ ଶ୍ରୀ କରଙ୍କ ଅଭିଜ୍ଞତା ରହିଛି। ଦୀର୍ଘ ଦିନରୁ ସେ ଦଳ ସହିତ ଜଡ଼ିତ ଅଛନ୍ତି। ପିସିସି ଆଇନ ପ୍ରକୋଷ୍ଠକୁ ଶ୍ରୀ କର ସୁସଂଗଠିତ କରିବା ସହିତ କଂଗ୍ରେସ ଦଳକୁ କିପରି ମଜବୁତ ଓ କ୍ରିୟାଶୀଳ କରାଯାଇପାରିବ, ସେଥିପାଇଁ ସେ କାର୍ଯ୍ୟ କରିବେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି।
ଆଇନଜୀବୀ ସୁରେନ୍ଦ୍ର ନାଥ କର ହେଲେ ପିସିସି ଆଇନ ପ୍ରକୋଷ୍ଠର ଅଧ୍ୟକ୍ଷ
/sambad/media/post_attachments/wp-content/uploads/2020/11/lawyer-surendra-nath.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)