ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହର ମା’ କନକଦୁର୍ଗା କଲ୍ୟାଣ ମଣ୍ଡପରେ ଆଜି ହାଇକୋର୍ଟର ୩୦ ଜଣିଆ ଆଇନଜୀବୀ ଟିମ୍ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରକୁ ଟାର୍ଗେଟ୍ ସହ ବିଭିନ୍ନ ନୀତିର କଡ଼ା ସମାଲୋଚନା କରାଯାଇଥିଲା।
ହାଇକୋର୍ଟ ଆଇନଜୀବୀ ତଥା ବିଜେଡି ମୁଖପାତ୍ର ଅସିମ୍ ଅମିତାଭ ଦାଶ କହିଥିଲେ, ୨୦୧୪ ମସିହାରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ କେନ୍ଦ୍ର ବିଜେପି ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ଆଜି ପାଣିର ଗାର ପାଲଟିଛି। ଛତିଶଗଡ଼ରେ ବିଜେପି ସରକାର ଅମଳରେ ମହାନଦୀରେ ବନ୍ଧ ତିଆରି ପରେ ଓଡ଼ିଶାର ଚାଷୀ ପାଣି ନ ପାଇ ହାହାକାର କରୁଛନ୍ତି। ଓଡ଼ିଶାରୁ ରେଳ ବିଭାଗ ଅଧିକ ରାଜସ୍ବ ପାଉଥିବା ବେଳେ ଏଠାରେ ରେଳବାଇର ବିକାଶ ହୋଇପାରୁନି। ଜାତୀୟ ରାଜପଥର ବି ବିକାଶ ହେଉନି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଏହାର କଡ଼ା ଜବାବ ଦିଆଯିବ ବୋଲି ଅସିମ୍ କହିବା ସହ ବିଭିନ୍ନ ଜନମାରଣ ନୀତିର ସମାଲୋଚନା କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି ପୂର୍ବତନ ଉପନରଗପାଳ ପବିତ୍ର ମୋହନ ପାଣିଗ୍ରାହୀ, ସୁବାସ ଚନ୍ଦ୍ର ପୋଲାଇ, ନଗର ବିଜେଡି ସଭାପତି ଭୀମସେନ ବେହେରା, ପୂର୍ବତନ ବିଧାୟକ ହରିହର ସାହୁ, ଯୁବ ନେତା ସଂଜୟ ପଣ୍ଡାଙ୍କ ସମେତ ଆଇନଜୀବୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/hinjili-court.jpg)