କଲେଜିୟମ୍ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ, ଆସନ୍ତା ୪ରୁ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ

ଭୁବନେଶ୍ୱର: ନରମିଲେ ହାଇକୋର୍ଟ ଆଇନଜୀବୀ । ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ହାଇକୋର୍ଟର ସମସ୍ତ ଆଇନଜୀବୀ । ଶୁକ୍ରବାର ହାଇକୋର୍ଟ ବାର ଆସୋସିଏସନ ବୈଠକ ପରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । କଲେଜିୟମ ବ୍ୟବସ୍ଥାକୁ ବିରୋଧ କରି ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବା ବେଳେ ଏହାକୁ ନେଇ ସୁପ୍ରିମକୋର୍ଟ ଓ ବାର କାଉନସିଲ ଅଫ ଇଣ୍ଡିଆ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହା ସହ ଗତ ସପ୍ତାହରେ ବାର କାଉନସିଲ ଅଫ ଇଣ୍ଡିଆ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବା ପାଇଁ ଓକିଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ ବାର ଆସୋସିଏସନ୍‌ ସହ ରାଜ୍ୟର ମୋଟ ୬୮ଟି ବାରକୁ ଚିଠି ଲେଖି ତାଗିଦ କରିଥିଲେ ବାର କାଉନସିଲ ଅଫ ଇଣ୍ଡିଆ । ବିସିଆଇର ନିର୍ଦ୍ଦେଶ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଧାସିଧା ଚିଠିରେ ଲେଖାଯାଇଥିଲା ।

Related image
newindianexpress.com

କାର୍ଯ୍ୟରେ ଯୋଗ ନ ଦେଲେ ଆଇନଜୀବୀଙ୍କୁ ନିଲମ୍ବିତ କରାଯିବ, ଏହା ସହ ସେମାନଙ୍କୁ କୌଣସି ନିର୍ବାଚନରେ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଚୋତାବନୀ ଦେଇଥିଲେ ବିସିଆଇ । ସୁପ୍ରିମକୋର୍ଟ ବି ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ପ୍ରଶ୍ନ କରିଥିଲେ ।

ସମ୍ବନ୍ଧିତ ଖବର