କୋହଳ ହେଲା ବେଞ୍ଚ୍‌ ଆନ୍ଦୋଳନ

ଆଜିଠୁ ଖୋଲିବ ଅଫିସ୍‌, ପୂର୍ବବତ୍‌ ବନ୍ଦ ରହିବ ଅଦାଲତ, ରିଲେ ଅନଶନ ବି ଜାରି ରହିବ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ କୋହଳ କରାଯାଇଛି। ୫ ମାସ ହେଲା ବନ୍ଦ ରହିଥିବା ଜିଲ୍ଲା ସରକାରୀ ଅଫିସଗୁଡ଼ିକ ଆସନ୍ତାକାଲି (ମଙ୍ଗଳବାର)ଠୁ ଖୋଲିବାକୁ ଦିଆଯିବ ବୋଲି ଘୋଷଣା କରାଯାଇଛି। ତେବେ, ବିଚାର ବିଭାଗୀୟ ଅଦାଲତ ଏବଂ ରାଜସ୍ବ ଅଦାଲତ ପୂର୍ବପରି ବନ୍ଦ ରହିବ। ସେହିପରି ରିଲେ ଅନଶନ ମଧ୍ୟ ଜାରି ରହିବ।

ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ସରକାର ଏବଂ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନିଆନଯିବା ପ୍ରତିବାଦରେ ସେପ୍ଟେମ୍ବର ୫ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେହିଦିନ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ। ଏହି ଚିଠି ଠୋସ୍‌ ନଥିବା ଅଭିଯୋଗ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ୬ ତାରିଖରୁ ରାଜସ୍ବ ଅଦାଲତ ବନ୍ଦ କରାଯାଇ ଥିଲା। ୨୫ ତାରିଖରେ ରେଙ୍ଗାଲି ଏବଂ ମାନେଶ୍ବର ତହସିଲରେ ଜମି ମ୍ୟୁଟେସନ ହେବା ନେଇ ଜଣାପଡ଼ିବା ପରେ ଉତ୍ୟକ୍ତ ଓକିଲ ସଂଘ ପ୍ରଶାସନିକ କାର୍ଯ୍ୟାଳୟ ଠପ୍ କରି ଦେଇଥିଲା। ଅନ୍ୟଦିଗରେ ହାଇକୋର୍ଟ ବେଞ୍ଚ ନେଇ ରାଜ୍ୟ ସରକାରଙ୍କ ଚିଠି ଜବାବରେ କେନ୍ଦ୍ର ସରକାର ଆଉ ଏକ ଚିଠି ଦେଲେ ଏବଂ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପାଇଁ କହିଥିଲେ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ହାଇକୋର୍ଟ ବେଞ୍ଚ ନେଇ କୌଣସି ଗୁରୁତ୍ବ ଦେଉନଥିବା ଅଭିଯୋଗ କରି ଓକିଲ ସଂଘ ଆନ୍ଦୋଳନକୁ ଆହୁରି ତୀବ୍ର କରିଥିଲା। ନଭେମ୍ବର ୧୯ ତାରିଖରୁ ବ୍ୟାଙ୍କ ବାଦ ଦେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରି ଦେଇଥିଲେ। ନଭେମ୍ବର ୨୯ ଏବଂ ୩୦ ତାରିଖ ଦୁଇଦିନିଆ ମହାବନ୍ଦ ହୋଇଥିଲା। ଏହାପରେ ଆର୍ଥିକ କାରବାର କରୁଥିବା ଟ୍ରେଜେରି କାର୍ଯ୍ୟାଳୟକୁ ବାଦ ଦିଆଯାଇଥିଲା ମାତ୍ର ସବୁ କାର୍ଯ୍ୟାଳୟ ପୂର୍ବ ପରି ବନ୍ଦ ରହିଥିଲା। ଓକିଲଙ୍କ ଆନ୍ଦୋଳନ କୋହଳ ନିଷ୍ପତ୍ତି ପ୍ରଶାସନ ଏବଂ ଜନସାଧାରଣଙ୍କୁ ବହୁପରିମାଣରେ ଆଶ୍ବସ୍ତ କରିଛି।

ଏହାପରେ ଆର୍ଥିକ କାରବାର କରୁଥିବା ଟ୍ରେଜେରି କାର୍ଯ୍ୟାଳୟକୁ ବାଦ ଦିଆଯାଇଥିଲା ମାତ୍ର ସବୁ କାର୍ଯ୍ୟାଳୟ ପୂର୍ବ ପରି ବନ୍ଦ ରହିଥିଲା। ଓକିଲଙ୍କ ଆନ୍ଦୋଳନ କୋହଳ ନିଷ୍ପତ୍ତି ପ୍ରଶାସନ ଏବଂ ଜନସାଧାରଣଙ୍କୁ ବହୁପରିମାଣରେ ଆଶ୍ବସ୍ତ କରିଛି।

ଅନ୍ୟପକ୍ଷରେ, ସିଏସିର ପରବର୍ତ୍ତୀ ବୈଠକରେ ଆନ୍ଦୋଳନର ରଣନୀତି ନେଇ ନିଷ୍ପତ୍ତି ନିଆଯିବ ବୋଲି ସମ୍ବଲପୁର ଓକିଲ ସଂଘର ବରିଷ୍ଠ ସଦସ୍ୟ ସୁରେଶ୍ବର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର