ଥାନା ଭିତରେ ମାଡ଼ ଘଟଣା : ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର/ବୁଗୁଡ଼ା : ବୁଗୁଡ଼ା ଥାନାରେ ବିଜେପି ନଗର ସଭାପତି ତଥା ଆଇନଜୀବୀ ହରପ୍ରସାଦ ଦାଶଙ୍କୁ ମାଡ଼ ମରାଯିବା ଘଟଣା ପ୍ରତିବାଦରେ ବୁଗୁଡ଼ା ଓ ଭଞ୍ଜନଗର ଓକିଲ ସଂଘ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ସେହିପରି ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଆଜି ବୈଠକ ଡକାଯାଇ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତକାଲି ବୁଗୁଡ଼ା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ବାଳ ବିଜେପି ନେତା ତଥା ଆଇନଜୀବୀ ହରପ୍ରସାଦଙ୍କୁ ଥାନା ଭିତରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଆଜି ହରପ୍ରସାଦଙ୍କ ଅଭିଯୋଗ କ୍ରମେ ଥାନା ଅଧିକାରୀ ଶ୍ରୀ ବିଶ୍ବାଳ ଓ ରାଇଟର ଜଗନ୍ନାଥ ସ୍ବାଇଁଙ୍କ ବିରୋଧରେ ବୁଗୁଡ଼ା ଥାନାରେ କେସ ନମ୍ବର ୨୬୭ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଡାକ୍ତର ଗୋପବନ୍ଧୁ ବେହେରା ଓ ଜଣେ କନଷ୍ଟେବଳଙ୍କ ଏତଲାକୁ ଆଧାର କରି ହରପ୍ରସାଦଙ୍କ ନାମରେ ୨ଟି ମାମଲା (କେସ ନମ୍ବର ୨୭୪ ଓ ୨୭୫) ରୁଜୁ ହୋଇଛି। ଅନ୍ୟପକ୍ଷରେ, ଏହି ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପି, ଭ˚ଜନଗର ଓ ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି।

ସମ୍ବନ୍ଧିତ ଖବର