ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜୟପୁର: ଜୟପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଗତ ଜୁଲାଇ ମାସ ଠାରୁ ଅଭିବକ୍ତ କୋରାପୁଟଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଂଚର ପ୍ରତିଷ୍ଠା ଦାବିରେ ଦୁଇ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ଏହି କ୍ରମରେ ଆଇନଜୀବୀ ମାନେ ଜିଲ୍ଲା ଦୌରାଜଜ୍ କୋର୍ଟ ସହ ସହରରେ ଥିବା  ଅନ୍ୟ୨୦ଟି କୋର୍ଟରେ କୌଣସି ଆଇନଜୀବୀ ଆଜି କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଦାବି ପୁରଣ ପର୍ଯ୍ୟନ୍ତ  ଦୁଇ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି  କହିଛନ୍ତି ସଂଘର ସଭାପତି ସରୋଜ ଦାଶ। ଅଭିବକ୍ତ କୋରାପୁଟ ଜିଲ୍ଲା  ୫ମ ଅଧିସୂଚିତ ତଥା ଗରିବ , ନିଷ୍ପେଷିତ , ଅନୁସୂଚିତ ଜନଜାତି ,ଅନୁସୂଚିତ ଜାତି ଲୋକେ ବସ ବାସ କରୁଛନ୍ତି।

ସେମାନଙ୍କ ପାଇଁ କେହି ଚିନ୍ତା କରୁନାହାନ୍ତି। କିନ୍ତୁ ସେମାନଙ୍କ ନିକଟରେ ହାଇକୋର୍ଟର ସେବା ପହଚଂଇବା ପାଇଁ ଆଇନଜୀବୀ ମାନେ ଆନ୍ଦୋଳନ କରୁଛନ୍ତି ବୋଲି କହିଛନ୍ତି ସଂଘ ସଂପାଦକ ଆନନ୍ଦ ରଥ, ଉପସଭାପତି ଗିରିଧର ଖରା, ଆଇନଜୀବୀ ଶରତ କୁମାର ମାଝୀ, ସହଦେବ ପଟ୍ଟନାୟକ,  ପ୍ରଶାନ୍ତ ତ୍ରିପାଠୀ,  ରବିନ୍ଦ୍ର କୁମାର ପାତ୍ର, ହରିଶ୍ଚନ୍ଦ୍ର ମୁଦୁଲି, କେ.ଦିବାକର ରାଓ, ଶିବ ପାଢ଼ୀ, କେ.ଦିବାକର ରାଓ,ଡ.ଭି.ଗାୟତ୍ରୀ ଦେବୀ, ଏସଏସ୍ ମିଶ୍ର, ମନୋଜ ପଟ୍ଟନାୟକ, ଡି.ଶେଷଗିରୀ ରାଓ,  । ଗତ ୧୪ବର୍ଷ ଧରି  ଏହି ଆନ୍ଦୋଳନ ଚାଳି ଆସିଥିବା ବେଳେ ଗତ ୨୦୧୯ମସିହାରେ ୨ବର୍ଷ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। କୋରନା ମହାମାରୀ ସଂକ୍ରମୟ ଭୟରେ ଆନ୍ଦୋଳନକୁ ବନ୍ଦ କରାଯାଇଥିଲା। ଏବେ ଗତ ଜୁଲାଇ ମାସରୁ ଦାବି ପୁରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

 

 

ସମ୍ବନ୍ଧିତ ଖବର