ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ

୧୦ରେ ପରବର୍ତ୍ତୀ ବୈଠକ

କଟକ : ଜିଦରେ ଅଟଳ ରହିଛନ୍ତି ଆଇନଜୀବୀ। ଆଇନଜୀବୀଙ୍କୁ ମାଡ଼ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରଖିବାକୁ ଆଇନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆସନ୍ତା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଘୋଷଣା କରାଯାଇଛି। ସେହି ଦିନ ବୈଠକ ବସି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ। କିନ୍ତୁ ସ୍ଥିତି ଯାହା ସେଥିରେ ଦଶହରା ପରେ ଯାଇ କୋର୍ଟ ଖୋଲିବା ଆଶା କରାଯାଉଛି।

ଆଜି ଅନୁଷ୍ଠିତ ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସାଧାରଣ ପରିଷଦ ଓ ଆକ୍ସନ କମିଟି ବୈଠକରେ ଆଲୋଚନା କରାଯାଇ ଆନ୍ଦୋଳନ ଜାରି ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ କ୍ରାଇମବ୍ରାଞ୍ଚ ତଦନ୍ତ ତଥା ଅଭିଯୁକ୍ତଙ୍କ ଗିରଫଦାରୀ ପ୍ରକ୍ରିୟାକୁ ନେଇ ଆଇନଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ଆଇନଜୀବୀଙ୍କୁ ଆକ୍ରମଣ ଓ ଏହି ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ନେଇ ବୈଠକରେ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ବ ନିଷ୍ପତ୍ତି ଅନୁସାରେ କାର୍ଯ୍ୟବନ୍ଦ ଆନ୍ଦୋଳନ ବେଳେ କୌଣସି ମହକିଲଙ୍କୁ ଅଦାଲତରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚାଳନା କରିବାକୁ ଦିଆଯିବ ନାହିଁ। ଏଥି ସହିତ କୌଣସି ନୂଆ ମାମଲା ଦାୟର କରାଯିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସଭାପତି ଶ୍ରୀକାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ବ˚ଶୀଧର ଶତପଥୀ, ସ˚ପାଦକ ସତ୍ୟବ୍ରତ ମହାନ୍ତି, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଯୁଗ୍ମସ˚ପାଦକ ର˚ଜନ ନାୟକ, ସହକାରୀ ସ˚ପାଦକ ପ୍ରଦୀପ ମହାନ୍ତି, ପାଠାଗାର ସହକାରୀ ସ˚ପାଦକ ସୁରେଶ ଜେନା, ସମସ୍ତ କାର୍ଯ୍ୟନିର୍ବାହୀ ସଦସ୍ୟ, କଟକ ବାର‌୍‌ ସ˚ପାଦକ ନରେଶ ଚନ୍ଦ୍ର ଜେନା, କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପସଭାପତି ଟଙ୍କଧର ମିଶ୍ର, ସ˚ପାଦକ ପ୍ରଦୀପ ପରିଡା, ବିଶ୍ୱର˚ଜନ ସ୍ୱାଇଁ, ରାଧାରମଣ ଦାସ ନାୟକଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ। ଆଜି ଆଇନଜୀବୀ ଆନ୍ଦୋଳନକୁ ୩୬ ଦିନ ପୂରିଥିବା ବେଳେ ହାଇକୋର୍ଟ ସମେତ ନିମ୍ନ ଅଦାଲତରେ ଅଚଳାବସ୍ଥା ଲାଗି ରହିଛି।

ପରବର୍ତ୍ତୀ ଶୁଣାଣି ୧୦ରେ

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ଆକ୍ରମଣ ଘଟଣାକୁ ନେଇ ଦାୟର ଜନସ୍ୱାର୍ଥ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେପ୍ଟେମ୍ବର ୨୯ରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ କୁମାର ବୋଥ୍ରାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି ବୋଲି ଶୁଣାଣି ସମୟରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଦାୟର ମିସ୍‌ କେସ୍‌ରେ ଦର୍ଶାଯାଇଥିଲା ଯେ ଅଗଷ୍ଟ ୨୮ରେ ଆଇନଜୀବୀ ଦେଇଥିବା ଏତଲା ଆଧାରରେ ଆଇପିସିର ଦଫା ୨୯୪, ୩୨୫, ୩୦୭, ୩୪ରେ ମାମଲା ଦାୟର ହୋଇଥିଲେ ମଧ୍ୟ ତଦନ୍ତକାରୀ ସ˚ସ୍ଥା ସିଆରପିସିର ଧାରା ୪୧ ଅନୁସାରେ ପଦକ୍ଷେପ ଗ୍ରହଣ କରି ନାହିଁ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର‌୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନିର୍ଭୟରେ ଓ ବିନା କୌଣସି ପକ୍ଷପାତରେ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ତଦନ୍ତକାରୀ ଅଧିକାରୀ ଧାରା ୪୧ରେ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୦ରେ କରାଯବା ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଏହି ପ୍ରସ˚ଗକୁ ନେଇ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ, କଟକ ବାର‌୍‌ ଆସୋସିଏସନ୍‌ ଓ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ତିନୋଟି ପୃଥକ ମାମଲା ଦାୟର କରିଥିଲେ। ଏହି ମାମଲା ଗୁଡିକର ଏକତ୍ର ଶୁଣାଣି ଚାଲିଛି।

ସମ୍ବନ୍ଧିତ ଖବର