୨୬ ଯାଏ ଆଇନଜୀବୀଙ୍କ କୋର୍ଟ ବର୍ଜନ ନିଷ୍ପତ୍ତି

ଦେଢ ମାସ ହେବ ଅଦାଲତରେ ଅଚଳାବସ୍ଥା

କଟକ : ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଗିରଫ ନ ହେବା ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଜିଦ୍‌ରେ ଅଟଳ ରହିଛନ୍ତି ଆଇନଜୀବୀ। ଆଜି ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ଓ ଆକ୍ସନ କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ଦଶହରା ଅବକାଶ ପରେ ୨୫ ତାରିଖରେ ଅଦାଲତ ଖୋଲୁଥିବା ବେଳେ କାର୍ଯ୍ୟବନ୍ଦ ଆନ୍ଦୋଳନ ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୨୬ ତାରିଖ ଦିନ ୨ଟାରେ ଅନୁଷ୍ଠିତ ହୋବକୁ ଥିବା ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ˚ପର୍କରେ ନିଷ୍ପତ୍ତି ନିଆଯିବ। ପରବର୍ତ୍ତୀ ବୈଠକରେ ନବୀନ ନିବାସ ଘେରାଉ ପ୍ରସ˚ଗରେ ମଧୢ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଆଲୋଚନା ହୋଇଛି।

ହାଇକୋର୍ଟ ବାର‌୍‌ ଆସୋସିଏସନ ଉପସଭାପତି ବ˚ଶୀଧର ଶତପଥୀଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଯୁକ୍ତଙ୍କ ଗିରଫଦାରୀ ନ ହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ସଦସ୍ୟମାନେ ମତ ଦେଇଥିଲେ। ଏଥିସହିତ ପରବର୍ତ୍ତୀ ବୈଠକ ପୂର୍ବରୁ ଯଦି ସମସ୍ୟାର ସମାଧାନ ନ ହୁଏ ତାହେଲେ ନବୀନ ନିବାସ ଘେରାଉ ପାଇଁ ଦିନ ଧାର୍ଯ୍ୟ କରାଯିବ ବୋଲି ମତ ପ୍ରକାଶ ପାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧୢରେ ହାଇକୋର୍ଟ ବାର‌୍‌ ସ˚ପାଦକ ସତ୍ୟବ୍ରତ ମହାନ୍ତି, ଯୁଗ୍ମ ସ˚ପାଦକ ର˚ଜନ କୁମାର ନାୟକ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପୂର୍ବତନ ସ˚ପାଦକ ବିଜୟ କୁମାର ରଗଡ, ମିଲନ ବଡ଼ୁ, କଟକ ବାର‌୍‌ ସଭାପତି ଉମାକାନ୍ତ ନନ୍ଦ, ସ˚ପାଦକ ନରେଶ ଚନ୍ଦ୍ର ଜେନା, ପୂର୍ବତନ ସ˚ପାଦକ କ୍ଷେତ୍ରମୋହନ ଧଳ, କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି, ଉପ ସଭାପତି ଟଙ୍କଧର ମିଶ୍ର, ସ˚ପାଦକ ପ୍ରଦୀପ କୁମାର ପରିଡ଼ା, ବିଷ୍ଣୁପ୍ରିୟା ବେହେରା, ଲକ୍ଷ୍ମୀନାରାୟଣ ଦାସ, ମନୋର˚ଜନ ମିଶ୍ର, ଜଗନ୍ନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆଜି ୪୫ ଦିନରେ ପହଞ୍ଚିଛି। ଅକ୍ଟୋବର ୧୩ରୁ ଦଶହରା ଅବକାଶ ଆରମ୍ଭ ହେବ। କୋର୍ଟ ୧୨ ଦିନ ଛୁଟି ରହିବା ପରେ ୨୫ ତାରିଖରେ ଖୋଲିବ। କିନ୍ତୁ ଆଇନଜୀବୀ ଆନ୍ଦୋଳନ ୨୬ ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ୨୭ ତାରିଖ ମାସ ଶେଷ ଶନିବାର ଓ ୨୮ ତାରିଖ ରବିବାର ପଡ଼ୁଥିବାରୁ ୨୯ ତାରିଖ ହେଉଛି ପରବର୍ତ୍ତୀ କାର୍ଯ୍ୟ ଦିବସ। ଏପରି ସ୍ଥିତିରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଅଦାଲତରେ ଜାରି ରହିଥିବା ଅଚଳାବସ୍ଥା ଦୁଇ ମାସରେ ପହଞ୍ଚିଯିବ। ଏହାଫଳରେ ଦଶହରା ପରେ ଅଦାଲତି କାର୍ଯ୍ୟ ସ୍ବଭାବିକ ହେବ ବୋଲି ଆଶା କରିଥିବା ସାଧାରଣ ଲୋକ ପୁଣି ନିରାଶ ହୋଇଛନ୍ତି।

ଆକ୍ରମଣ ମାମଲାର ଶୁଣାଣି ଘୁଞ୍ଚିଲା

କଟକ : ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ଘଟଣାକୁ ନେଇ ଦାୟର ମାମଲାର ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଭେରୀ ଓ ଜଷ୍ଟିସ କେ.ଆର‌୍‌. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଶୁଣାଣି ହୋଇଥିଲା। କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ଦର୍ଶାଯାଇଥିଲା ଯେ ଏତଲାକାରୀ ଓ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ପାଇଁ ଅଧିକ ସମୟ ଲୋଡ଼ା ଥିବା ବେଳେ ଏହି ଘଟଣାରେ ଅଭିଯୁକ୍ତଙ୍କ ଲାଇ ଡିଟେକ୍ଟର ଟେଷ୍ଟ ଓ ପଲିଗ୍ରାଫି ଟେଷ୍ଟ ପାଇଁ ପ୍ରସ୍ତାବ ରହିଛି ବୋଲି ତଦନ୍ତକାରୀ ସ˚ସ୍ଥା ପକ୍ଷରୁ ଦର୍ଶାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ୨୯ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ତଦନ୍ତର ଅଗ୍ରଗତି ସ˚ପର୍କରେ ତଥ୍ୟ ଉପସ୍ଥାପନ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ, ଏହି ଘଟଣାକୁ ନେଇ କଟକ ବାର‌୍‌ ଆସୋସିଏସନ୍‌, ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ଓ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ତିନୋଟି ପୃଥକ ମାମଲା ଦାୟର କରିଛନ୍ତି।

ସମ୍ବନ୍ଧିତ ଖବର