ବିଚାରପତି ପାଇଁ ନାମ ଅନୁମୋଦନ ବିବାଦ : କଳା ବ୍ୟାଜ୍ ପିନ୍ଧିବେ, କୋର୍ଟ ବର୍ଜନ କରିବେ ଆଇନଜୀବୀ

ସଚିବ ଓ ଡିସିପିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କଳାବ୍ୟାଜ ପିନ୍ଧିବେ ଶିଳ୍ପୋଦ୍ୟୋଗୀ

କଟକ : ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିଶ କରାଯିବା ଘଟଣାର ଆଇନଜୀବୀମାନେ ପ୍ରତିବାଦ କରିଛନ୍ତି। ‌ଯେଉଁମାନେ ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନାହାନ୍ତି ସେମାନଙ୍କ ନାଁ ହାଇକୋର୍ଟ କଲେଜିୟମ ଅନୁମୋଦନ କରି ବିଚାରପତି ପାଇଁ ପଠାଇବା ଘଟଣାର ପ୍ରତିବାଦରେ ଶୁକ୍ରବାର ଆଇନଜୀବୀମାନେ କଳା ବ୍ୟାଜ୍ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ଜୁନ୍ ୧୭ ତାରିଖ ଦିନ ମୁଖ୍ୟ ବିଚାରପତି ଓ କଲେଜିୟମର ସଦସ୍ୟ ଥିବା ଦୁଇ ବିଚାରପତିଙ୍କ କୋର୍ଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଅନୁଷ୍ଠିତ ହାଇକୋର୍ଟ ବାର୍ ଆସୋସଏସନ୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଏପରି ପ୍ରସ୍ତାବ ଗ୍ରହଣ କରାଯାଇଛି। ଜୁନ୍ ୧୭ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ସଚିବ ଓ ଡିସିପିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ କଳାବ୍ୟାଜ ପିନ୍ଧିବେ ଶିଳ୍ପୋଦ୍ୟୋଗୀ

କଟକ-ଜଗତପୁର : ଜଗତପୁରରେ ଶିଳ୍ପଦ୍ୟୋଗୀଙ୍କ ଉପରେ ପୁଲିସ୍‌ର ଲାଠି ପ୍ରହାର ଓ ଗିରଫଦାରୀ ପ୍ରତିବାଦରେ ଭୁବନେଶ୍ବର, କଟକ ଓ ଖୋର୍ଦ୍ଧାର ଶତାଧିକ ଶିଳ୍ପଦ୍ୟୋଗୀମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବେ। ଏସ˚କ୍ରାନ୍ତରେ ଖପୁରିଆସ୍ଥିତ ଓଡ଼ିଶା ଶିଳ୍ପ ସ˚ଘ କାର୍ଯ୍ୟାଳୟରେ ସମସ୍ତେ ଏକତ୍ରିତ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ଦିନ ଘଣ୍ଟାଏ ଲେଖାଏଁ ଜିଲ୍ଲା ଶିଳ୍ପ କେନ୍ଦ୍ର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ। ଏଥିସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗ ଦ୍ବାରା ଆୟୋଜିତ ସମସ୍ତ ସଭା ଓ କାର୍ଯ୍ୟକ୍ରମ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ସଚିବ ଓ କଟକ ଡିସିପିଙ୍କ ବଦଳି ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯିବ। ଏଥିସହିତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଏବିଷୟରେ ଅବଗତ କରାଯିବ ଏବ˚ ମାନବାଧିକାର କମିସନଙ୍କ ନିକଟରେ ଏହି ଅତ୍ୟାଚାର ବିରୋଧରେ ଅଭିଯୋଗ କରାଯିବାକୁ ସ୍ଥିର କରାଯାଇଛି। ଏହି ବୈଠକରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ସ˚ଘ ସଭାପତି ସୁରଜିତ ମହାନ୍ତି, ଓଡ଼ିଶା ଶିଳ୍ପ ସ˚ଘ ଅଧ୍ୟକ୍ଷ ଅବନୀ କାନୁନ୍‌ଗୋ, ଓଡ଼ିଶା ଯୁବ ଶିଳ୍ପଦ୍ୟୋଗୀ ସ˚ଘ ସଭାପତି ବିରଞ୍ଚି ନାରାୟଣ ମିଶ୍ର, ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ସ˚ଘ ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ଉତ୍କଳ ଔଷଧ ଉତ୍ପାଦକ ସ˚ଘ ସଭାପତି ମିହିର କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର