କଟକ : ଆଇନଜୀବୀମାନେ କାଳା ବ୍ୟାଜ୍ ପିନ୍ଧି ଆଜି କୋର୍ଟ କାର୍ଯ୍ୟ କରିଛନ୍ତି। ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିଶ କରାଯିବା ଘଟଣାର ପ୍ରତିବାଦରେ ଆଇନଜୀବୀମାନେ ଆଜି କଳା ବ୍ୟାଜ୍ ପିନ୍ଧିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଯେଉଁମାନେ ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନାହାନ୍ତି ସେମାନଙ୍କ ନାଁ ହାଇକୋର୍ଟ କଲେଜିୟମ ଅନୁମୋଦନ କରି ପଠାଇବା ଘଟଣାର ପ୍ରତିବାଦରେ ମେ’ ୧୭ରେ ଆଇନଜୀବୀମାନେ କଳା ବ୍ୟାଜ୍ ପିନ୍ଧିବେ ବୋଲି ମେ’ ୧୬ ତାରିଖ ଦିନ ଘୋଷଣା କରାଯାଇଥିଲା। ମେ’ ୧୬ରେ ଅନୁଷ୍ଠିତ ହାଇକୋର୍ଟ ବାର୍ ଆସୋସଏସନ୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ନିଷ୍ପତ୍ତି ଅନୁସାରେ ଆଇନଜୀବୀମାନେ ଆଜି କଳା ବ୍ୟାଜ୍ ପିନ୍ଧି ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଜୁନ୍ ୧୭ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ।
ବିଚାରପତି ପାଇଁ ନାମ ଅନୁମୋଦନ ବିବାଦ : କଳା ବ୍ୟାଜ୍ ପିନ୍ଧିଲେ ଆଇନଜୀବୀ
/sambad/media/post_attachments/wp-content/uploads/2019/05/law-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)