ବାଣିଜ୍ୟରେ ଲକ୍ଷ୍ମୀ ଅଗ୍ରୱାଲଙ୍କୁ ୯୫%

କେନ୍ଦୁଝର : ଚଳିତ ବର୍ଷ ଯୁକ୍ତଦୁଇ ବାଣିଜ୍ୟ ପରୀକ୍ଷାରେ କେନ୍ଦୁଝର ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଲକ୍ଷ୍ମୀ ଅଗ୍ରୱାଲ ମୋଟ ୯୫ ପ୍ରତିଶତ ୫୭୦ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି। ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଲକ୍ଷ୍ମୀ ଭବିଷ୍ୟତରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ‘ସମ୍ବାଦ’କୁ କହିଛନ୍ତି। ସେ ମାରୱାଡି ପରିବାରରୁ ଆସିଥିବାରୁ ବ୍ୟବସାୟରେ ତାଙ୍କ ବହୁ ଆଗ୍ରହ ଅଛି ବୋଲି କହିଛନ୍ତି। ଲକ୍ଷ୍ମୀ ପାଇଥିବା ସଫଳତାର ଶ୍ରେୟ ସେ ତାଙ୍କ ବାପା ପ୍ରଦୀପ ଅଗ୍ରୱାଲ, ମା’ ସୀମା ଅଗ୍ରୱାଲ, ସିଟିଜିର ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ ଓ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ସେ ସବୁଦିନ ସ୍କୁଲ ଆସନ୍ତି। ସ୍କୁଲରୁ ଘରକୁ ଯିବାପରେ ଦିନକୁ ଅତିକମରେ ୫ରୁ ୭ ଘଣ୍ଟା ପାଠ ପଢ଼ନ୍ତି। ପାଠ ପଢ଼ିବା ବ୍ୟତୀତ ସେ ବିଭିନ୍ନ ପ୍ରକାର ପୁସ୍ତକ ପଢ଼ିବା ଏବଂ ଟିଭି ଦେଖିବା ପାଇଁ ଭଲପାଆନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର