ଝରିଗାଁ/ଭୁବନେଶ୍ବର: କଟକ ଜିଲ୍ଲା ଆଠଗଡ଼ ବସ୍ଷ୍ଟାଣ୍ଡରେ ଗତ ୩ ତାରିଖ ଦିନ ଜଣେ ମହିଳାଙ୍କ ମୃତ୍ୟୁକୁ ଲୋକେ ଭୁଲି ନଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଲକ୍ଷ୍ମୀ ବସ୍ ପୁଣି ଦୁର୍ଘଟଣା କରିଛି। ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମ ନିକଟରେ ୨ ଜଣ ବାଇକ୍ ଆରୋହୀକୁ ଲକ୍ଷ୍ମୀ ବସ୍ ଚାପିଦେଇଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଜଗବନ୍ଧୁ ଜାନୀ (୨୦)।
ସୂଚନା ପ୍ରକାରେ ଆଜି ସକାଳୁ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମର ଜଗବନ୍ଧୁ ଜାନୀ ଏବଂ ସମ୍ପର୍କୀୟ ଭାଇ କାଦ୍ରୁ ଜାନୀ ପରିବା କିଣିବା ପାଇଁ ବାଇକ (ଓଡି ୨୪ ଡି ୮୨୮୩)ରେ ଚଚା ହାଟକୁ ଆସିଥିଲେ। ତେବେ ହାଟରେ ପରିବା କିଣି ଘରକୁ ଫେରୁଥିଲେ। ପ୍ରାୟ ସନ୍ଧ୍ୟା ୫ ଘଣ୍ଟା ସମୟରେ ଢେଫଗୁଡା ଗ୍ରାମ ନିକଟରେ ଏକ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଆସିଥିବା ଲଷ୍ମୀ ବସ୍ (ଓଡି୨୪ଜେ ୯୫୨୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ଦୁଇ ଜଣ ଚିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ। ଘଟଣାସ୍ଥଳରେ ବାଇକ ଚାଳକ ଜଗବନ୍ଧୁ ଜାନୀଙ୍କ ମୃତ୍ୟୁ ହୋଇଥିବା ବେଳେ କାଦ୍ରୁ ଜାନୀଙ୍କୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ଜଟିଳ ଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।
/sambad/media/media_files/2024/11/12/6HVKkBk6mlO9dNYBlJYj.jpeg)
ଦୁଇ ଯୁବକ ହାଟରେ ପରିବା କିଣି ଘରକୁ ଫେରୁଥିଲେ। ପ୍ରାୟ ସନ୍ଧ୍ୟା ୫ ଘଣ୍ଟା ସମୟରେ ଢେଫଗୁଡା ଗ୍ରାମ ନିକଟରେ ଏକ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଆସିଥିବା ଲଷ୍ମୀ ବସ୍ (ଓଡି୨୪ଜେ ୯୫୨୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ସୂଚନାଯୋଗ୍ୟ, ଗତ ୩ ତାରିଖ ସନ୍ଧ୍ୟାରେ ଆଠଗଡ଼ ଥାନା ଅନ୍ତର୍ଗତ ଧାଇପୁର ଗ୍ରାମର ସୁକୁମାର ପ୍ରଧାନ, ତାଙ୍କର ପତ୍ନୀ କାଜଲ କିରଣ ଏବଂ ଦୁଇ ବର୍ଷର ପୁଅ ସହ ବାଇକରେ ସନ୍ଧ୍ୟା ସମୟରେ ଆଠଗଡ ବସଷ୍ଟାଣ୍ଡକୁ ଆସିଥିଲେ। ଏଠାରେ ଏକ ଘରୋଇ ବସ୍ ‘ବାବାମଣି’ ଠାରୁ ଆସିଥିବା ଏକ ପାର୍ସଲ ଗ୍ରହଣ କରିବା ପାଇଁ ଆସିଥିଲେ। ସୁକୁମାର ଗାଡ଼ି ଠାରୁ ପାର୍ସଲ ଗ୍ରହଣ କରିବାକୁ ଯାଇଥିଲା ବେଳେ ତାଙ୍କର ପତ୍ନୀ ଓ ପୁତ୍ର ବାଇକ ନିକଟରେ ଠିଆ ହୋଇଥିଲେ। ସେହି ସମୟରେ ହଠାତ ବସଷ୍ଟାଣ୍ଡ ମଧ୍ୟରେ ଥିବା ଲକ୍ଷ୍ମୀ ବସ୍ ପଛୁଆ ଆସି ମହିଳାଙ୍କୁ ଧକ୍କା ମାରିଥିଲା। ଫଳରେ କାଜଲ ତଳେ ପଡିଯାଇଥିଲେ ଏବଂ ଗାଡ଼ିର ଚକା ତାଙ୍କ ଉପରେ ଚଢ଼ି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/12/qkcOFewgVtAO7ct0VJqm.jpeg)