ସୋର: ସୋର ବ୍ଲକ୍ ପରିସରରେ ଶନିବାର ସକାଳେ ଲକ୍ଷ୍ମୀବସର କଣ୍ଡକ୍ଟରମାନେ ଧାରଣା ଦେଇଛନ୍ତି। ବସ୍ ସେବା ବନ୍ଦ ହେବାରୁ ସାଧାରଣ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁସାରେ ସୋର ବ୍ଲକ୍ରେ ସମୁଦାୟ ୪ଟି ଲକ୍ଷ୍ମୀ ବସ୍ ଚାଲିଛି।
ପୂର୍ବରୁ ୧୧ ଜଣ କଣ୍ଡକ୍ଟର କାମ କରୁଥିଲେ। ମାତ୍ର ପରବର୍ତୀ ସମୟରେ ୪ ଜଣଙ୍କୁ ବିଭିନ୍ନ କାରଣ ଦର୍ଶାଇ ବାହାର କରାଯାଇଥିବା ବେଳେ ଗତକାଲି ଜଣେ କଣ୍ଡକ୍ଟରଙ୍କୁ ତାଙ୍କ ଉପରସ୍ଥ ଅଧିକାରୀ ବାହାର କରିଛନ୍ତି। ଏହି ସ୍ଥାନରେ ଅନ୍ୟଜଣେ କଣ୍ଡକ୍ଟରଙ୍କୁ ନିଯୁକ୍ତି ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଅନୁଗୁଳରେ ପୁଣି ହାତୀ ମୃତ୍ୟୁ, ସାହାରାଗୁଡ଼ା ଜଙ୍ଗଲରେ ମାଈହାତୀର ମୃତଦେହ ଠାବ
ଫଳରେ ଶନିବାର ସକାଳେ କାର୍ଯ୍ୟରତ କଣ୍ଡକ୍ଟରମାନେ ଦୀର୍ଘଦିନ ଧରି କାମ କରୁଥିଲେ ମଧ୍ୟ ନିଯୁକ୍ତି ପତ୍ର ଓ ଗାଇଡ୍ ଲାଇନ ନମିଳିଥିବାରୁ ଉପରିସ୍ଥ ଅଧିକାରୀମାନେ ମାନମୁଖୀ ଭାବେ ସେମାନଙ୍କୁ ବିନା କାରଣରେ ବାହାର କରୁଛନ୍ତି।
ନିଯୁକ୍ତି ପତ୍ର ସାଙ୍ଗକୁ ଗାଇଡ୍ଲାଇନ ମିଳିଲେ ସେମାନେ ବସ୍କୁ ଉଠିବେ ବୋଲି ଧାରଣାରେ ବସି ରହିଥିବା ଧରଣାରତ କଣ୍ଡକ୍ଟରମାନେ କହିଛନ୍ତି।
ଅଧିକ ପଢ଼ନ୍ତୁ:କେମିତି ହେଲା ଅହମଦାବାଦ ବିମାନ ଦୁର୍ଘଟଣା ? ମାସେ ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ..
Laxmi bus | Baleswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/12/laxmi-bus-service-top-conductors-opinion-2025-07-12-10-01-57.jpg)