ସମ୍ବଲପୁର : ଭୁବନେଶ୍ୱର ନୟାପଲ୍ଲୀ ବ୍ରିଟ କଲୋନି ନିବାସୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ପରଲୋକ ହୋଇଛି। ସ୍ୱର୍ଗତ ପଟ୍ଟନାୟକ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାଳୟରେ ଜଣେ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ। ଅବସର ଗ୍ରହଣ ପରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର ଆଡଭୋକେଟ ଭାବରେ ଲୋକପ୍ରିୟତା ହାସଲ କରିଥିଲେ। ସ୍ୱର୍ଗତ ପଟ୍ଟନାୟକ ଜଣେ ଜଣାଶୁଣା କଳାକାର ମଧ୍ୟ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ସାବିତ୍ରୀ ପଟ୍ଟନାୟକ, ଦୁଇ ପୁଅ, ଝିଅ ଓ ଅନ୍ୟ ସଂପର୍କୀୟ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତ୍ୟେଷ୍ଟି ସଂପନ୍ନ ହୋଇଛି।