ପୁରୀ : ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ର ପାଞ୍ଚ ଦଶନ୍ଧିର ଅଭିନୟ ଯାତ୍ରା ସାରି ଦୁନିଆରୁ ବାହୁଡ଼ି ଯାଇଛନ୍ତି।
ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ‘ଏ’ ଗ୍ରୁପର କଳାକାର ଭାବେ ବିଗତ ଦିନରେ ଦର୍ଶକଙ୍କ ମନ ଜିଣିଥିବା ଲକ୍ଷ୍ମୀପ୍ରିୟା ଗତ ୨୬ ତାରିଖରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ପୂର୍ବାହ୍ନ ୧୦ଟାରେ ସେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା।
ଆଜି ତାଙ୍କ ମରଶରୀରକୁ ଅନ୍ନପୂର୍ଣ୍ଣ ଥିଏଟରକୁ ଅଣାଯିବା ପରେ ନାଟ୍ୟ ଜଗତ ସହ ସମ୍ପୃକ୍ତ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/lax.jpg)