ଲକ୍ଷ୍ମୀପୁର ବନ୍ଦ ଆଜି

ଲକ୍ଷ୍ମୀପୁର : ୮ଦଫା ଦାବିରେ ଲକ୍ଷ୍ମୀପୁରରେ ଆନ୍ଦୋଳନ ତେଜିବାରେ ଲାଗିଛି । ଗତ ସୋମବାର ଠାରୁ ଆନ୍ଦୋଳନର ନେତୃତ୍ୱ ନେଉଥିବା ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା ଏବଂ ତାଙ୍କ ସମର୍ଥକ ସ୍ଥାନୀୟ ଆମ୍ବେଦକର ଛକ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଗତକାଲି ଠାରୁ ବିଧାୟକ ଆରମ୍ଭ କରିଛନ୍ତି ଆମରଣ ଅନଶନ। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଆଲୋଚନାକୁ ଆସିନଥିବାରୁ ଆସନ୍ତାକାଲି ଲକ୍ଷ୍ମୀପୁର ବନ୍ଦ ଡାକରା ଦେଇଛି କଂଗ୍ରେସ। ଆସନ୍ତାକାଲି ଲକ୍ଷ୍ମୀପୁରରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି କୋରାପୁଟ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରୁପକ କୁମାର ତୁରୁକ କହିଛନ୍ତି। ଲକ୍ଷ୍ମୀପୁରକୁ ଉପଖଣ୍ଡର ମାନ୍ୟତା ସମେତ ୮ ଦଫା ଦାବିକୁ ନେଇ ବିଧାୟକ ଶ୍ରୀ କୁଲେସିକା ଗତ ସୋମବାର ଠାରୁ ଧାରଣା ଦେଇଛନ୍ତି।

ସମ୍ବନ୍ଧିତ ଖବର