ହାଇକୋର୍ଟରେ ଲକ୍ଷ୍ମୀପୁର ନିର୍ବାଚନୀ ମାମଲା: ବିଧାୟକଙ୍କ ଜବାବ ଦାଖଲ; ୨୨ରେ ଶୁଣାଣି

କଟକ : ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନ ସଂପର୍କିତ ମାମଲାରେ ପ୍ରତିପକ୍ଷ ତଥା ବିଧାୟକ ପ୍ରଭୁ ଜାନିଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ଜବାବର କପି ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୨କୁ ଧାର୍ଯ୍ୟ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୯, ସେପ୍ଟେମ୍ବର ୨୩ରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକାଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ନିର୍ବାଚନୀ ମାମଲାର ଶୁଣାଣି କରି ବିଧାୟକ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ।

ଦାୟର ନିର୍ବାଚନୀ ମାମଲାରେ ଦର୍ଶାଯାଇଛି ଯେ, ବିଜୟୀ ପ୍ରାର୍ଥୀ ପ୍ରଭୁ ଜାନିଙ୍କ ନାମାଙ୍କନପତ୍ରରେ ତ୍ରୁଟି ଥିଲା। ରିଟର୍ଣ୍ଣିଂ ଅଫିସର ଶ୍ରୀ ଜାନିଙ୍କ ନାମାଙ୍କନପତ୍ର ଠିକ୍ ଭାବେ ଯାଞ୍ଚ କରି ନଥିଲେ। ନିର୍ବାଚନ ସମୟରେ ପ୍ରତିପକ୍ଷ ବିଧାୟକ ଅସାଧୁ ଉପାୟ ଅବଲମ୍ବନ କରିଥିଲେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ବିଧାୟକ ପ୍ରଭୁ ଜାନି, ବିଜେପି ପ୍ରାର୍ଥୀ କୁମୁଦ ଚନ୍ଦ୍ର ସୁଆଁନ୍ତ, ବିଏସପି ପ୍ରାର୍ଥୀ ଅନିତା ସଗରିଆ, ସିପିଆଇ(ଏମଏଲ)ପ୍ରାର୍ଥୀ ପୂର୍ଣ୍ଣ ମାଡିଙ୍ଗୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର