ଲକ୍ଷ୍ମୀପୁର ବିଧାୟକ କରୋନା ସଂକ୍ରମିତ

କୋରାପୁଟ : ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ତାଙ୍କର କୌଣସି କୋଭିଡ ଲକ୍ଷଣ ନାହିଁ ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ଘରେ ଏକାନ୍ତବାସରେ ସେ ରହିଥିବା ‘ସମ୍ବାଦ’କୁ ଫୋନ ଯୋଗେଁ ସୂଚନା ଦେଇଛନ୍ତି। ବିଧାୟକ ପ୍ରଭୁ ଜାନୀ କହିଛନ୍ତି ଯେ, ତାଙ୍କର କିଛି କୋଭିଡ ଲକ୍ଷଣ ଦେଖା ଦେବା ପରେ ସେ ପରୀକ୍ଷା କରାଇଥିଲେ। ଆଜି ଏହି ରିପୋର୍ଟ ପଜିଟିଭ ଆସିଛି। ତାଙ୍କର ଏବେ କିନ୍ତୁ କୌଣସି ଲକ୍ଷଣ ନାହିଁ ଓ ସେ ଏବେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ଡାକ୍ତରୀ ପରାମର୍ଶ କ୍ରମେ ସେ ଏବେ ନିଜ ବାସଭବନରେ ଏକାନ୍ତବାସରେ ରହିଛନ୍ତି।

ତେବେ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ପରୀକ୍ଷା କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ନିୟମିତ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଅପରପକ୍ଷରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଜିଲ୍ଲା ବିଜେଡି ସଭାପତି ଇଶ୍ବର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁରାମ ପଡାଲ ପ୍ରମୁଖ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର