ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ସେଫିନ୍‌ ଅହମ୍ମଦ ଆର୍‌ଙ୍କ ଦ୍ୱାରା ଲକ୍ଷ୍ମୀପୁରରେ ନୂତନ ଥାନା ଉଦଘାଟିତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ନୂତନ ଥାନା ସମେତ କାକିରିଗୁମାର ଥାନାକୁ ଶନିବାର ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ସେଫିନ୍‌ ଅହମ୍ମଦ ଆର୍‌ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉତ୍ସବରେ ଡିଆଇଜିଙ୍କ ସମେତ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନି, କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କ ସମେତ ଅଞ୍ଚଳର ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଲକ୍ଷ୍ମୀପୁର ସଦରରେ ଥିବା ନୂତନ ଥାନାର ସମସ୍ତ କାର୍ଯ୍ୟ ପ୍ରାୟ ଅଢେଇ ବର୍ଷରୁ ଉର୍ଦ୍ଧ୍ୱ ହେବ ସମାପ୍ତ ହୋଇଥିଲେ ମଧ୍ୟ ଜିଲ୍ଲାର ବରିଷ୍ଠ ଅଧିକାରୀ ହୁଅନ୍ତୁ କିମ୍ବା ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କ ସମୟ ଅଭାବ କାରଣରୁ ଉଦଘାଟନ ହୋଇପାରୁନଥିଲା। ଏପରିକି କାକିରିଗୁମାରେ ମଧ୍ୟ ଅନୁରୁପ ପରିସ୍ଥିତି ରହିଥିଲେ ସୁଧା ନୂଆ ଥାନାକୁ କାମଚଳା ଭାବେ ଚଳେଇ ନେଉଥିଲେ। କାରଣ ସେଠାରେ ଥାନା ପାଇଁ ବିକଳ୍ପ ବ୍ୟବସ୍ଥା କିଛି ନଥିଲାା ପ୍ରଥମେ କାକିରିଗୁମ୍ମାରେ ଡିଆଇଜି ପହଞ୍ଚି ଥାନା ଉଦଘାଟନ କରିବା ପରେ ଲକ୍ଷ୍ମୀପୁରରେ ପହଞ୍ଚିଥିଲେ। ଲକ୍ଷ୍ମୀପୁରରେ ଜିଲ୍ଲାପରିଷଦ ସଭ୍ୟ ପ୍ରେମଚନ୍ଦ୍ର ଡଙ୍ଗ୍ରୀ, କୁଟିଙ୍ଗା ସରପଞ୍ଚ ନିରୁପମା ୱାଡେକା, ବୁର୍ଜା ସରପଞ୍ଚ ଜୟନ୍ତୀ ନାଚିକାଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସମସ୍ତ ଅତିଥିଙ୍କୁ ଫୁଲତୋଡା ପ୍ରଦାନ କରିବା ସହ ହୁଳହୋଳି ଦେଇ ପାଛୋଟି ନେଇଥିଲୋ

ପ୍ରାୟ ୨କୋଟି ଟଙ୍କା ବ୍ୟାୟରେ ଅତ୍ୟାଧୁନିକ ଶୈଳିରେ ନିର୍ମିତ ନୂତନ ଥାନା ଗୁଡିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଡିଆଇଜି ସୂଚନା ପ୍ରଦାନ କରିଛନ୍ତିା ଦିନ ଥିଲା ପୁଲିସ୍‌ ଉପରେ ସାଧାରଣଲୋକଙ୍କ ଭରଷା ରହୁ ନ ଥିଲା। ବର୍ତମାନ କିନ୍ତୁ ସମୟର ପରିବର୍ତ୍ତନ ହୋଇଛି। ସାଧାରଣ ଲୋକଙ୍କ ବିନା ପୁଲିସ କିଛି ନୁହଁ, ଯେକୌଣସି ଅଭିଯୋଗ ସାଧାରଣଲୋକ ଯଦି ଥାନାରେ ଆସି ଅଭିଯୋଗ କରନ୍ତି ତାହେଲେ ତାହାକୁ ଗୁରୁତ୍ୱର ସହ ନେବା ସହ ବ୍ୟବହାର ସଂମ୍ପୂର୍ଣ୍ଣ ଭାବେ ଭଲଭାବେ କରାଯିବା ସହ ସାଧାରଣଲୋକଙ୍କ ଆସ୍ଥାଭାଜନ ହେବା ସକାଶେ ପୁଲିସ ସବୁବେଳେ ଚେଷ୍ଠିତ ବୋଲି ଡିଆଇଜି ପ୍ରକାଶ କରିଛନ୍ତିା

ସମ୍ବନ୍ଧିତ ଖବର